ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବିବାହ ଫିଲ୍ମରେ ଶାହିଦ୍ କପୁରଙ୍କ ନାୟିକା ସାଜିଥିବା ଅମ୍ରିତା ରାଓଙ୍କୁ ୬ ବର୍ଷ ପରେ ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ।

‘ଇଶ୍କ ଭିସ୍କ’, ‘ମେ ହୁଁନା’, ‘ବିବାହ’, ଭଳି ଫିଲ୍ମରେ ନାୟିକା ସାଜିଥିବା ଅମ୍ରିତା ରାଓ କିଛି ବର୍ଷ ହେବ ବଲିଉଡରୁ ଦୂରେଇ ରହିଥିଲେ। ଦୀର୍ଘ ୫-୬ ବର୍ଷ ପରେ ‘ଠାକରେ’ ଫିଲ୍ମରେ ପୁଣିଥରେ ଅମ୍ରିତାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ୨୦୧୩ରେ ‘ଜଲି ଏଲଏଲବି’ ଫିଲ୍ମରେ ଶେଷଥର ପାଇଁ ଅଭିନୟ କରିଥିଲେ ଅମ୍ରିତା।

‘ଠାକରେ’ ଫିଲ୍ମରେ ଅଭିନେତା ନବାଜଉଦ୍ଧିନ ସିଦ୍‌କୀ ଲିଡ୍‌ରୋଲରେ ନଜର ଆସିବେ। ଏହି ଫିଲ୍ମରେ ଅମ୍ରିତା ବାଲ ଠାକରେଙ୍କ ପତ୍ନୀ ମିନା ତାଇ ଭୂମିକାରେ ନଜର ଆସିବେ। ବାଲ ଠାକରେଙ୍କ ଭୂମିକାରେ ଅଭିନୟ କରିଛନ୍ତି ନବାଜଉଦ୍ଧିନ ସିଦ୍‌କୀ।

‘ବିବାହ’ ଫିଲ୍ମରୁ ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ଅମ୍ରିତା ବେଶ୍‌ କିଛି ଦିନ ହେବ ବଲିଉଡରୁ ଗାୟବ ଥିଲେ। ତେବେ ଦୀର୍ଘ ଦିନ ହେଲା ଫିଲ୍ମରୁ ଦୂରେଇ ରହିବାର କାରଣ ନିକଟରେ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଅମ୍ରିତା।

ସମୟ ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରବର୍ତ୍ତନ ଦେଖାଯାଉଛି। ବର୍ତ୍ତମାନ ଫିଲ୍ମରେ କେବଳ ଇଣ୍ଟିମେଟ ସିନ୍‌କୁ ଗୁରୁତ୍ଵ ଦିଆଯାଉଛି। ଅମ୍ରିତା ଏଭଳି ଫିଲ୍ମରେ ସେ ଅଭିନୟ କରିବାକୁ ମନା କରୁଥିବାରୁ ତାଙ୍କୁ ଖବ୍‌ କମ ଫିଲ୍ମ ମିଳିଥାଏ। ତେଣୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହୁଛନ୍ତି ବୋଲି କହିଛନ୍ତି ଅମ୍ରିତା।

ଅମ୍ରିତାଙ୍କ ଅଭିନୀତ ଠାକରେ ଫିଲ୍ମ ଜାନୁଆରୀ ୨୫ରେ ରିଲିଜ ହେବ। ଏହି ଫିଲ୍ମ ବାଲ ଠାକରେଙ୍କ ଜୀବନୀ ଉପରେ ଅଧାରିତ।

Comment