ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିଭି ସିରିଏଲ ପବିତ୍ର ରିସ୍ତା ଫେମ୍‌ ଅଙ୍କିତା ଲୋଖାଣ୍ଡେ ଏବେ ବଲିଉଡରେ ମଣିକର୍ଣ୍ଣିକା- ଦ କୁଇନ୍‌ ଅଫ ଝାନ୍ସୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଙ୍କିତା ଏହି ଫିଲ୍ମର ପ୍ରମୋସନ୍‌ରେ ଏବେ ଲାଗିପଡ଼ିଛନ୍ତି। ଏହି ଫିଲ୍ମରେ ସେ ଝଲକାରୀ ବାଈ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମଟି ୨୫ ଜାନୁଆରୀକୁ ରିଲିଜ ହେବାକୁ ଯାଉଛି। ପ୍ରମୋସନ୍‌ କରିବା ମଧ୍ୟରେ ଅଙ୍କିତା ନିଜ ଏକ୍ସ ବୟଫ୍ରେଣ୍ଡଙ୍କୁ ନେଇ ବୟାନ ଦେଇଥିଲେ।

ଯେବେ ଅଙ୍କିତାଙ୍କୁ ପଚାରାଗଲା କି ସୁଶାନ୍ତ ସିଂଙ୍କ ସହ କାମ କରିବାକୁ ଚାହୁଁଚ? ତେବେ ଅଙ୍କିତା କହିଲେ, “ଗୋଟେ ଆକ୍ଟର ପାଇଁ କିଛି ପସନ୍ଦ ନାପସନ୍ଦ ନଥାଏ। ଯଦି ଫିଲ୍ମର କାହାଣୀ ଭଲ ଲାଗିଲା ତେବେ ମୁଁ ତାଙ୍କ ସହ କାମ ନିଶ୍ଚୟ କରିବି।”

ତେବେ ସେ ସର୍ତ୍ତ ରଖିଛନ୍ତି ଯଦି କାହାଣୀ ଭଲ ଥିବ ତେବେ ସୁଶାନ୍ତଙ୍କ ସହ ଅଭିନୟ କରିବାରେ କୌଣସି ଆପତ୍ତି ନାହିଁ।

ଅଙ୍କିତା ଟିଭି ପରେ ବଲିଉଡରେ କାମ କରିବା ବିଷୟରେ ମଧ୍ୟ କହିଥିଲେ। ସେ କହିଲେ ଯେ ତାଙ୍କ ପାଇଁ କେବଳ କ୍ୟାମେରା ବଦଳିଛି। ଟିଭିରେ କାମ କରିବାର କିଛି ଲିମିଟ ନଥାଏ ଏବଂ ତାଙ୍କୁ ୧୨୮ ଘଣ୍ଟା କାମ କରିବାକୁ ପଡ଼ୁଥିଲା। ଏବଂ ଫିଲ୍ମରେ ୧୨ ଘଣ୍ଟାର ସିପ୍ଟ ଅଛି।

ସୁଶାନ୍ତ ଏବଂ ଅଙ୍କିତା ଜି ଟିଭିର ଫେମସ୍‌ ଶୋ’ ପବିତ୍ର ରିସ୍ତାରେ ନଜର ଆସିଥିଲେ। ଦୁଇଜଣ ଲମ୍ବା ସମୟ ଧରି ରିଲେସନ୍‌ସିପ୍‌ରେ ଥିଲେ। ଅଙ୍କିତା ଆହୁରି ମଧ୍ୟ କହିଥିଲେ, “ମୁଁ ମୋର ଲାଇଫ୍‌ର ୬ ବର୍ଷ ଟିଭିରେ କାମ କରିଛି। ଦର୍ଶକ ମୋତେ ଅର୍ଚ୍ଚନା ନାମରେ ଜାଣିଛନ୍ତି। ମୁଁ ଟିଭିରେ କାମ କରିବା ବନ୍ଦ କରିବି ନାହିଁ।”

ସୁଶାନ୍ତ ଓ ଅଙ୍କିତା ବାହା ହେବାର ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ପରେ କୌଣସି କାରଣରୁ ଦୁଇଜଣଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଥିଲା।

Comment