ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫିଲ୍ମ ‘ବାହୁବଳୀ’ର ସଫଳତା ପରେ ରାଜମୌଲୀ ଆଉ ଏକ ଫିଲ୍ମ ପାଇଁ କାମ ଆରମ୍ଭ କରିଛନ୍ତି। ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ‘ବାହୁବଳୀ’ ପରେ ନିର୍ଦ୍ଦେଶକ ରାଜମୌଲୀ ଏବେ ତାଙ୍କର ନେକ୍ସ ଫିଲ୍ମ ପାଇଁ ପୁରା ବିଜି ଅଛନ୍ତି। କୁହାଯାଉଛି ଫିଲ୍ମର କିଛି ପାର୍ଟ ସୁଟିଂ ସରିଯାଇଛି।

ଫିଲ୍ମର ଟାଇଟଲ ‘ଆରଆରଆର’ ରଖାଯାଇଛି। ଏହା ସହିତ ଏହି ଫିଲ୍ମରେ ରାଜମୌଲୀ ‘ଏନଟିଆର ଓ ରାମଚରଣ’ଙ୍କୁ ମୁଖ୍ୟ ଭୂମିକାରେ ନେଇଛନ୍ତି।

ଗତ ନଭେମ୍ବରରେ ଫିଲ୍ମ ‘ଆରଆରଆର’ ଅନେକ ସିନ୍‌ ଦକ୍ଷିଣ ଭାରତୀୟ ଅଭିନେତା ଅଭିନେତ୍ରୀଙ୍କୁ ନେଇ ସୁଟ କରାଯାଇଥିବା ଜଣାପଡ଼ିଛି। ‘ବାହୁବଳୀ’ ପରେ ରାଜମୌଲୀଙ୍କ ଏହି ଫିଲ୍ମ ଆଉ ଏକ ସୁପରହିଟ ଫିଲ୍ମ ହେବ ବୋଲି ପୁରା ଟିମ୍‌ ଆଶାବାଦୀ ଅଛନ୍ତି।

ବାହୁବଳୀ ପରେ ରାଜମୌଲୀଙ୍କ ନେକ୍ସ ଫିଲ୍ମକୁ ଅପେକ୍ଷା କରିଛନ୍ତି ଦର୍ଶକ। ଫିଲ୍ମ ନିର୍ମାତା ‘ଆରଆରଆର’ ଫିଲ୍ମର ଦ୍ୱିତୀୟ ଭାଗ ସୁଟିଂ ଆରମ୍ଭ ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତେବେ ଏନଟିଆର, ରାମଚରଣ ଓ ରାଜମୌଲୀଙ୍କ ଫିଲ୍ମ  ‘ଆରଆରଆର’ ବକ୍ସ ଅଫିସରେ କେତେ ହିଟ ହେଉଛି ତାହା ଫିଲ୍ମ ରିଲିଜ୍‌ ହେବା ପରେ ସ୍ପଷ୍ଟ ହୋଇପାରିବ।

Comment