ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନକୁ ନେଇ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

୨୦୧୯ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ। କେଉଁ ଦଳ କେତେ ଆସନ ପାଇବ ତାକୁ ନେଇ ଅଙ୍କକଷା ଚାଲିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ମତ ରଖିଛନ୍ତି।

“ମୁଁ ନିଶ୍ଚିତ ଯେ ଆଗାମୀ ନିର୍ବାଚନରେ ବିଜେଡି ଅଧିକ ଭଲ ପ୍ରଦର୍ଶନ କରିବ”, ସଚିବାଳୟରେ ଏହା କହିଛନ୍ତି ନବୀନ ପଟ୍ଟନାୟକ।

ବିଜେଡିକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଏବଂ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେପିର ପୋଷ୍ଟରବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସି ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରୁଛନ୍ତି।

ବିଜେପି ମିଶନ-୧୨୦ ପାଇଁ ଅଙ୍କ କଷୁଥିବା ବେଳେ କଂଗ୍ରେସ ୨୦୧୪ ତୁଳନାରେ ଭଲ କରିବାକୁ ପ୍ରସ୍ତୁତ ହେଉଛି। ଏପଟେ ନବୀନଙ୍କୁ ଚେକ୍ ଦେବା ପାଇଁ ଛୋଟ ଛୋଟ ଆଞ୍ଚଳିକ ଦଳ ଏକାଠି ହେଉଛନ୍ତି।

ଏମିତି ଏକ ସମୟରେ ରାଜ୍ୟ ସଚିବାଳୟରେ ‘ଆମେ ଅଧିକ ଭଲ କରିବୁ’ ମନ୍ତବ୍ୟ ଦେଇ ରାଜ୍ୟ ରାଜନୀତିରେ ହଟଚମଟ କରିଛନ୍ତି।

Comment