ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରାଇର ନୂଆ ନିୟମକୁ ବିରୋଧ କରି ଅଲ୍ ଇଣ୍ଡିଆ କେବୁଲ ଅପରେଟର ସଂଘ ପକ୍ଷରୁ ସାରା ଦେଶରେ କେବୁଲ ସେବା ବନ୍ଦ ଘୋଷଣା ହୋଇଛି।

ଆସନ୍ତା ଜାନୁଆରୀ ୨୪ରେ ସାରା ଦେଶରେ କେବୁଲ ସେବା ବନ୍ଦ ରହିବ। ଟ୍ରାଇର ନୂଆ ନିୟମକୁ ବିରୋଧ କରି ଅଲ୍ ଇଣ୍ଡିଆ କେବୁଲ ଅପରେଟର ସଂଘ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆସନ୍ତା ଗୁରୁବାର ସାରା ଦେଶରେ କେବୁଲ ସେବା ବନ୍ଦ ରହିବାବେଳେ ଏହାକୁ ସମର୍ଥନ ଜଣାଇଛନ୍ତି ଓଡିଶାର ଲୋକାଲ୍ କେବୁଲ ଅପରେଟର। ତେଣୁ ଆସନ୍ତା ୨୪ ତାରିଖରେ ରାଜ୍ୟର ସବୁ କେବୁଲ ସେବା ବନ୍ଦ ରହିବ।

ଟ୍ରାଇର ନୂଆ ନିୟମକୁ ବିରୋଧ କରି ସେବା ବନ୍ଦ ଘୋଷଣା କରିଛି ଅଲ୍ ଇଣ୍ଡିଆ କେବୁଲ ଅପରେଟର ସଂଘ। ନୂଆ ନିୟମ ଘୋଷଣାରେ ସାଧାରଣ ଲୋକେ ଲାଭ ପାଇବେ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏହି ନିୟମ ଲାଗୁ ହେଲେ ଜନସାଧାରଣ ଅଧିକ ଟଙ୍କା ଖର୍ଚ୍ଚ ହେବା ଅଭିଯୋଗ କରିଛି କେବୁଲ ଅପରେଟର ସଂଘ।

ଏହି ଅଭିଯୋଗ ଆଧାରରେ ଆସନ୍ତା ଗରୁବାର ଦିନ ସାରା ଦେଶରେ କେବୁଲ ସେବା ବନ୍ଦ ରହିବ।

Comment