ଓଡ଼ିଶାଲାଇଭ୍ ବ୍ୟୁରୋ

ଫାଇଲ-ଫଟୋ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ,ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨୮ରୁ ଫେବୃଆରୀ ୮ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ପ୍ରାକ୍ଟିକାଲ ପରୀକ୍ଷା ଦେବା ପାଇଁ ଛାତ୍ରାଛାତ୍ରୀଙ୍କୁ ଆଜିଠୁ ଅନଲାଇନରେ ଆଡମିଟ୍‌ କାର୍ଡ ମିଳିବ। ଛାତ୍ରଛାତ୍ରୀ ମାନେ ନିଜ ନାଁ, ରେଜିଷ୍ଟେସନ୍‌ ନମ୍ବର ଓ ଜନ୍ମତାରିଖ ଦେଇ ଅନଲାଇନ୍‌ରେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ।

ଚଳିତ ବର୍ଷ ଯୁକ୍ତ୨ କଳା, ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ୩ଲକ୍ଷ ୬୭ହଜାର ୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିରୁ କଳାରେ ସର୍ବାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

Comment