ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜେଏମ୍‌ଏମ୍‌ ସୁପ୍ରିମୋ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଦୁଇ ଦିନିଆ ଗସ୍ତରେ ଆସି ବାରିପଦାଠାରେ ପହଞ୍ଚିଛନ୍ତି। ଝାଡ଼ଖଣ୍ଡରୁ ସଡ଼କ ପଥରେ ଆସି ମୟୂରଭଞ୍ଜ ଜିଲ୍ଲାକୁ ପ୍ରବେଶ କରିବା ପରେ ତିରିଙ୍ଗ ଓ ବାଙ୍ଗିରିପୋଷିଠାରେ ତାଙ୍କୁ ଦଳୀୟ କର୍ମୀ ଓ ନେତାମାନେ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।

ମୋଟର ସାଇକେଲ ରାଲିରେ ତାଙ୍କୁ ପାଛୋଟି ଆଣିଥିଲେ। ପରେ କୁଳିଅଣା ନିକଟରେ ଏକ ଫୁଟବଲ ଟୁର୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ବୁଧବାର ଦିନ ମୋରଡା ନିର୍ବାଚନମଣ୍ଡଳୀର ଚିକିଟାମାଟିଆଠାରେ ସାଧାରଣ ସଭାରେ ଯୋଗଦେବେ ଶିବୁ ସୋରେନ୍। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ଜିଲ୍ଲା ସଭାପତି ଫାଗୁ ହାଁସଦା, ପୂର୍ବତନ ଲୋକସଭା ସଦସ୍ୟ ଲକ୍ଷ୍ମଣ ଟୁଡୁଙ୍କ ସମେତ କେନ୍ଦ୍ରୀୟ କମିଟି ସଦସ୍ୟ ଅଞ୍ଜଳି ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।

Comment