ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମଙ୍ଗବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ଯୋଗେଶ ସିଂ। ଯୋଗେଶ ସୁନ୍ଦରଗଡର ବିଧାୟକ ଥିଲେ। ଯୋଗେଶ ନିଜ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ଦେଇଛନ୍ତି।

ପୂର୍ବରୁ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ଯୋଗେଶ ସିଂ। ନିଲମ୍ବନ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ।

ନବଦାସଙ୍କ ପରେ ଯୋଗେଶ ସିଂଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ହେଉଥିଲା। ତେବେ ଯୋଗେଶ କଂଗ୍ରେସରୁ ହାତ ଛାଡିବା ପରେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଏମିତି କି ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତ ବେଳେ ଯୋଗେଶ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ମାତ୍ର ଏ ନେଇ ଯୋଗେଶ କିଛି ସ୍ପଷ୍ଟ କରିନାହାନ୍ତି।

Comment