ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ଲଢ଼ିବା ନେଇ ଜୋର ଧରିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ କରୀନା କପୁର ଖାନ।

୨୦୧୯ ଲୋକସଭା ନିର୍ବାଚନକୁ ନେଇ ଏବେଠୁ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନରେ ଅଂଶ ଗ୍ରହଣ କରିବା ନେଇ ଗୋଟିଏ ପରେ ଗୋଟିଏ ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସୁଛି।

ଜାନୁଆରୀ ୨୧ ତାରିଖରେ ନବାବ ପରିବାରର ବୋହୂ ତଥା ବଲିଉଡ୍‌ ସୁପରଷ୍ଟାର କରୀନା କପୁର ଖାନଙ୍କ ନାମ ଶୁଣିବାକୁ ମିଳିଥିଲା। ସେ କଂଗ୍ରେସ ପକ୍ଷରୁ ଭୋପାଳରୁ ନିର୍ବାଚନ ଲଢ଼ିବେ ସୂଚନା ମିଳିଥିଲା।

କରୀନା କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ତାଙ୍କର ପୂରା ଫୋକସ୍‌ ବଲିଉଡ୍‌ରେ ବୋଲି କହିଛନ୍ତି ବେବୋ। ଏହାଛଡ଼ା କୌଣିସି ଦଳ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଫର ଦେଇ ନଥିବା କହିଛନ୍ତି କରୀନା।

କରୀନା କପୁରଙ୍କୁ ଭୋପାଳର ସାଂସଦ ପ୍ରାର୍ଥୀ କରିବାକୁ କଂଗ୍ରେସର କିଛି ନେତା ଦାବି କରୁଥିଲେ।

ଭୋପାଳରେ ଯୁବ ଭୋଟର ଅଧିକ ଥିବାରୁ କରୀନା ନିର୍ବାଚନ ଳଢ଼ିଲେ ନିଶ୍ଚୟ ବହୁମତ ହାସଲ କରିବେ ବୋଲି କଂଗ୍ରେସର ନେତାମାନେ ତାଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ।

Comment