ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋ ଶିବୁ ସୋରେନ ଜାନୁଆରୀ ୨୨ରେ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ଏଥିନିମନ୍ତେ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇ ସାରିଛି। ୨୨ ଜାନୁଆରୀ ଦିନ ୧୨ଟା ସମୟରେ ଝାଡ଼ଖଣ୍ଡ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲାର ତିରିଂଠାରେ ପହଞ୍ଚିବା ପରେ ସେଠାରେ ଦଳ ପକ୍ଷରୁ ପ୍ରଥମେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ।

ଅପରାହ୍ନ ୨ଟାରେ କୁଳିଅଣା ବ୍ଲକର ଖୁକୁଣ୍ଡିଆଠାରେ ଆୟୋଜିତ ସଭାରେ ଉଦବୋଧନ ଦେବା ପରେ ବାରିପଦା ବ୍ଲକ ସ୍ଥିତ ଲକ୍ଷ୍ମୀପୋଷି ଡାକବଙ୍ଗଳାରେ ରାତ୍ରୀ ଯାପନ କରିବେ।

୨୩ରେ ଲକ୍ଷ୍ମୀପୋଷିରୁ ରଙ୍ଗାମାଟିଆ ରାସ୍ତା ଦେଇ ନିଛୁଆପଦା, ଚିତ୍ରଡା, ମୋରଡ଼ା ରାସ୍ତା ଦେଇ ଚିକିଟାମାଟିଆ ଗ୍ରାମପଞ୍ଚାୟତର  ହାତଛାତରଠାରେ ଆୟୋଜିତ ଜନସଭାରେ ଉଦବୋଧନ ଦେବେ ଶିବୁ ସୋରେନ।  ବିଜାତୋଳା ବ୍ଲକ ଜନମଘୁଟୁରେ ଏକ କ୍ରୀଡା ପ୍ରତିଯୋଗିତାରେ ଯୋଗ ଦେଇ ପ୍ରତ୍ୟାବର୍ତ୍ତନ କରିବେ।

Comment