ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିଏତନାମରେ ଜଣେ ରୋଗୀକୁ ଡାକ୍ତର ୧୫ କେନ୍ ବିୟର ପିଆଇବା ଘଟଣା ଏବେ ଚର୍ଚ୍ଚାରେ।

ମଦ ବି ଜୀବନ ବଞ୍ଚାଇ ଦେଇପାରେ! କାନକୁ ଶୁଣିବାକୁ ଏହା ଅଡୁଆ ଲାଗୁଥିଲେ ବି ଘଟଣାଟି ସତ। ଜଣେ ରୋଗୀକୁ ବଞ୍ଚାଇବା ପାଇଁ ଡାକ୍ତର ୧୫ କେନ୍ ବିୟର ପିଆଇଛନ୍ତି। ଏଭଳି ଘଟଣା ଭିଏତନାମାରେ ଘଟିଛି।

୪୮ ବର୍ଷୀୟ ଗୁୟେନ ୱାନହାଟ୍ ନାମକ ବ୍ୟକ୍ତି ସେଣ୍ଟ୍ରାଲ ଭିଏତନାମାରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗୁୟେନଙ୍କ ରକ୍ତରେ ମିଥାନଲ ପରିମାଣ ୧୧୧୯ ଗୁଣା ଅଧିକ ହୋଇଯାଇଥିଲା।

ଡାକ୍ତରଙ୍କ କହିବା ଅନୁସାରେ ଆଲକହଲରେ ଉଭୟ ମିଥାନଲ ଏବଂ ଇଥାନଲ ପରିମାଣ ରହିଥାଏ। ଯେତେବେଳେ ବ୍ୟକ୍ତି ଜଣଙ୍କ ମଦ୍ୟପାନ କରେ ଲିଭରରେ ଇଥାନଲ ପରିମାଣ ବଢ଼ିଯାଇଥାଏ। ଏହି ରୋଗୀଙ୍କ ଲିଭରରେ ମିଥାନଲ ପରିମାଣ ଅଧିକ ଥିଲା। ଏହାକୁ କମ୍ କରିବା ପାଇଁ ବିୟର ପିଇବାକୁ ଦେଇଥିଲେ ଡାକ୍ତର।

କାରଣ ଇଥାନଲଠାରୁ ଶରୀରରେ ମିଥାନଲ ପରିମାଣ କମ୍ ହୋଇଯିବ। ଚିକିତ୍ସା ସମୟରେ ଗୁୟେନ ସମ୍ପୂର୍ଣ୍ଣ ଭାବେ ବେହୋସ ଅବସ୍ଥାରେ ଥିଲେ। ରୋଗୀ ଜଣଙ୍କ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି।

Comment