ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’।

୨୪ ତାରିଖ ଯାଏଁ ଲାଗି ରହିବ ଘନ କୁହୁଡ଼ି

ସାରା ରାଜ୍ୟରେ ଲାଗି ରହିଛି ଘନ କୁହୁଡ଼ି। ଭୁବନେଶ୍ୱରରେ ଲଗାତାର ତିନି ଦିନ ଧରି କୁହୁଡ଼ି ହେଉଛି। ଏଥିପାଇଁ ଯାତାୟାତ ଏବଂ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ରାଜ୍ୟରେ ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାମାନଙ୍କରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି।

ଏନକାଉଣ୍ଟର କଲା ରାଜନଗର ପୋଲିସ: ସାପ ଗ୍ରୁପ୍‌ର ସାର୍ପ ସୁଟର ବାବୁ ଆହତ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ବିଶ୍ୱାଳ ଓରଫ୍ ବାବୁ ଗୁରୁତର ଆହତ ହୋଇଛି। ମଙ୍ଗଳବାର ପ୍ରାୟ ଭୋର ୪ଟା ସମୟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଉପରକୁ ଏକ ରାଉଣ୍ଡ ଗୁଳିଚଳାଇ ଫେରାର ହେବାକୁ ବସିଥିବା ସାପ ଗ୍ରୁପର ଅପରାଧି କୁହାଯାଉଥିବା ସାର୍ପ ସୁଟର ବାବୁ ଓରଫ ସଞ୍ଜୟ ବିଶ୍ୱାଳକୁ ଏନକାଉଣ୍ଟର କରିଛି ରାଜନଗର ପୋଲିସ।

ସେବାଶ୍ରମର ପାଚେରି ଭାଙ୍ଗି ପଶିଲେ ହାତୀପଲ

ମୟୂରଭଞ୍ଜ କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ କୁରୁଳିଆ ଗ୍ରାମସ୍ଥିତ ବିଶ୍ୱବନ୍ଧୁ ସେବକ ସଂଘ ସେବା ଆଶ୍ରମର ପାଚେରି ଭାଙ୍ଗି ହାତୀପଲ ଭିତରେ ପଶିଛନ୍ତି। ମଙ୍ଗଳବାର ଭୋର୍ ୩ଟା ସମୟରେ ପ୍ରାୟ ୨୨ଟି ହାତୀ ପଶି ସେବାଶ୍ରମର ଦୁଇଟି ପାଚେରୀ ଓ ଗୋଟିଏ ଗେଟ୍ ଭାଙ୍ଗିବା ପରେ ରୋଷେଇ ଘରର ଅସବାବ ପତ୍ର ମଧ୍ୟ ଭାଙ୍ଗି ଦେଇଥିଲେ।

କାଲି କଂଗ୍ରେସରୁ ଇସ୍ତଫା, ଆଜି ବିଜେଡିରେ ସାମିଲ

ବିଜେପୁରର କଂଗ୍ରେସ ନେତା ପ୍ରଣୟ ସାହୁ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ ଓ ନିଜ ଇସ୍ତଫା ପତ୍ର ସେ ପିସିସି ସଭାପତିଙ୍କ ପାଖକୁ ପଠାଇଥିଲେ।

ଫୋକସ୍‌ରେ ରାଜନୀତି ନୁହେଁ ଫିଲ୍ମ: କରୀନା କପୁର

୨୦୧୯ ଲୋକସଭା ନିର୍ବାଚନକୁ ନେଇ ଏବେଠୁ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନରେ ଅଂଶ ଗ୍ରହଣ କରିବା ନେଇ ଗୋଟିଏ ପରେ ଗୋଟିଏ ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସୁଛି।

୨୮ରୁ ଯୁକ୍ତ-୨ ପ୍ରାକ୍ଟିକାଲ, ଆଜିଠୁ ମିଳିବ ଅନଲାଇନରେ ଆଡ୍‌ମିଟ୍‌ କାର୍ଡ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ,ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨୮ରୁ ଫେବୃଆରୀ ୮ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

କନ୍ଧମାଳରେ ଟ୍ରକ ଦୁର୍ଘଟଣା, ୮ମୃତ

କନ୍ଧମାଳରେ ଟ୍ରକ ଦୁର୍ଘଟଣା। ବାଲିଗୁଡ଼ା ବ୍ରାହ୍ମଣୀ ଗାଁ ନିକଟରେ ଭାରସାମ୍ୟ ହରାଇ ଟ୍ରକ ଓଲଟି ପଡ଼ିଛି। ବ୍ରାହ୍ମଣୀ ଘାଟି ତଳକୁ ଟ୍ରକଟି ଖସି ପଡ଼ିଛି।

ରାଜଧାନୀରେ ସରକାରୀ ବସ୍‌ରୁ ଜବତ ହେଲା ଗୁଟ୍‌ଖା

ଭୁବନେଶ୍ୱରରେ ଏକ ସରକାରୀ ବସ୍‌ରୁ ୮୦ରୁ ୯୦ ବସ୍ତା ଗୁଟ୍‌ଖା ଜବତ ହୋଇଛି। ବ୍ରହ୍ମପୁରରୁ କଟକ ଆସୁଥିବା ଏହି ବସ୍‌ରୁ ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ଜବତ କରିଛି ସେଲ୍‌ ଟ୍ୟାକ୍ସ୍ ବିଭାଗ। ଜବତ ଗୁଟ୍‌ଖାର ମୂଲ୍ୟ ୭ଲକ୍ଷ ଟଙ୍କା ହେବ।

ଘାଟିକୁ ଖସିଲା ମିନିଟ୍ରକ ୭ମୃତ, କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପରିବହନ ମନ୍ତ୍ରୀ

କନ୍ଧମାଳ ବାଲିଗୁଡା ବ୍ରାହ୍ମଣୀ ଗାଁ ନିକଟରେ ଘାଟିକୁ ମିନିଟ୍ରକ ଖସିବା ଘଟଣାରେ ୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ସୂଚନା ମିଳିଛି। ଏହା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଲଟକା ସତ୍ତ୍ୱେ ଥାନାରେ ହାଜର ହେଲେନି ନିକିତାଙ୍କ ଶାଶୂ ଶ୍ୱଶୁର

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂଆ ମୋଡ଼। ନିକଟରେ ନିକିତାଙ୍କ ଶାଶୂଘରେ ଚାଉଳିଆଗଞ୍ଜ ପୋଲିସ ପକ୍ଷରୁ ଲଟକା ଲଗାଯାଇଥିଲା। ଏବଂ ୧୯ତାରିଖ ସୁଦ୍ଧା ଥାନାରେ ହାଜର ହେବାକୁ ଲଟକାରେ ନିର୍ଦ୍ଦେଶ ରହିଥିଲା। ଇତି ମଧ୍ୟରେ ଶାଶୁ ଶ୍ୱଶୁର ଥାନାରେ ହାଜର ହୋଇନାହାଁନ୍ତି।

ବାଲିଗୁଡ଼ା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଘାଟି ତଳକୁ ମିନଟ୍ରକ ଖସି ୭ମୃତ୍ୟୁ ଘଟଣା। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ସମସ୍ତ ଆହତଙ୍କ ଚିକିତ୍ସା ମାଗଣାରେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Comment