ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟୋଟାଲ୍ ଧମାଲ୍’ର ଅଫିସିଆଲ୍ ଟ୍ରେଲର। ଏହି ମଲ୍ଟିଷ୍ଟାର ବଲିଉଡ ଫିଲ୍ମରେ ନବେ ଦଶକର ହିଟ୍ ଯୋଡ଼ିଙ୍କୁ ପୁଣି ଥରେ ପରଦା ଉପରେ ଦେଖିବେ ଦର୍ଶକ। ଏଭର ଗ୍ରୀନ ଆକ୍ଟର ଅନିଲ କପୁର ଓ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିବ ଫିଲ୍ମ ‘ଟୋଟାଲ୍ ଧମାଲ୍’ରେ।

ଫିଲ୍ମର ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ଅର୍ସଦ ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ବୋମନ ଇରାନି, ଜାଭେଦ୍ ଜାଫ୍ରି ଓ ଜନି ଲିଭର୍ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି ନିର୍ଦ୍ଦେଶକ ଇନ୍ଦ୍ର କୁମାର। କମେଡି ଡ୍ରାମା ଓ ଆଡ୍‌ଭେଞ୍ଚରରେ ଭରା ଏହି ଫିଲ୍ମ ଟ୍ରେଲର ରିଲିଜ ହେବାର ୨୪ ଘଣ୍ଟା ଭିତରେ ଏହାକୁ ୧୦ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି।

ଧମାଲ୍ ସିରିଜର ଏହା ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ତୃତୀୟ ଫିଲ୍ମ। ପ୍ରଥମ ଥର ପାଇଁ ଧମାଲ୍ ସିରିଜରେ ଅଜୟ ଦେବଗନ, ଅନିଲ କପୁର, ମାଧୁରୀ ଦୀକ୍ଷିତଙ୍କ ଭଳି ବଡ଼ ବଡ଼ କଳାକାରମାନେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସଲମାନ ଖାନ୍ ଓ ସୋନାକ୍ଷୀ ସିହ୍ନାଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ। ଫିଲ୍ମ ‘ଟୋଟାଲ୍ ଧମାଲ୍’ ଆସନ୍ତା ଫେବୃଆରୀ ୨୨ରେ ରିଲିଜ ହେବ।

Comment