ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରୀ ୧୮ରେ ସ୍ଥଗିତ ହୋଇଥବା ଶାହଙ୍କ କାର୍ଯ୍ୟକ୍ରମ ଜାନୁଆରୀ ୨୯ରେ ଆୟୋଜିତ ହେବ।

ଜାନୁଆରୀ ୨୯ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଅମିତ ଶାହ ଓଡ଼ିଶା ଆସି କଟକ ସାଲେପୁରଠାରେ ଆୟୋଜିତ ଏକ ସଭାରେ ଯୋଗଦେବେ।

ପୂର୍ବରୁ ଶାହଙ୍କର ଜାନୁଆରୀ ୧୮ ତାରିଖରେ ଓଡ଼ିଶା ଆସିବାର ଥିଲା। ଶାହଙ୍କ ଅସୁସ୍ଥତା କାରଣରୁ ଓଡ଼ିଶା ଗସ୍ତ ବାତିଲ କରାଯାଇଥିଲା। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଥିଲେ।

ଶାହ ସ୍ଵାଇନ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଥିଲେ। ନିକଟରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଥିଲେ। ସୁସ୍ଥ ହେବାପରେ ପଶ୍ଚିମବଙ୍ଗରେ ଏକ ରାଲିରେ ଯୋଗ ଦେଇଥିଲେ। ଜାନୁଆରୀ ୧୮ରେ ସ୍ଥଗିତ ହୋଇଥବା ଶାହଙ୍କ କାର୍ଯ୍ୟକ୍ରମ ଜାନୁଆରୀ ୨୯ରେ ଆୟୋଜିତ ହେବ।

Comment