ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ଶୁକ୍ରବାର ଓଡ଼ିଶା ଗସ୍ତ କରୁଛନ୍ତି। ଭୁବନେଶ୍ୱର ତମାଣ୍ଡୋ ପଡିଆରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗେଦେବାକୁ ରାହୁଲ ଆସୁଥିବାରୁ ପ୍ରଦେଶ କଂଗ୍ରେସ କମିଟିର ନେତୃମଣ୍ଡଳୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।

ସମାବେଶକୁ ସଫଳ କରିବା ଲାଗି କଂଗ୍ରେସ ତରଫରୁ ବ୍ୟାପକ ଆୟୋଜନ କରାଯାଉଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ରାହୁଲଙ୍କ ଏହା ପ୍ରଥମ ଓଡ଼ିଶାଗସ୍ତ ହେଉଥିବାରୁ ଏହାକୁ ସଫଳ କରିବା ଲାଗି ସମସ୍ତ ଆୟୋଜନ କରାଯାଉଛି।

ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କୁ ଚିଠି ଲେଖାଯାଇଥିବା ବେଳେ ଜିଲ୍ଲା ପରିଷଦ ସଭାପତିଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।

୨୫ରେ ନବୀନ ପଟ୍ଟନାୟକଙ୍କ ପୁରୀରେ ଚାଷୀ ସମାବେଶ ଥିବାରୁ ରାହୁଲଙ୍କ ସମାବେଶ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ତେବେ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଓଡ଼ିଶା ଗସ୍ତକୁ ସଫଳ କରିବା ଲାଗି ରାଜ୍ୟ କଂଗ୍ରେସ ଅଣ୍ଟା ଭିଡ଼ିଛି। ଏହା ସହିତ ତମାଣ୍ଡୋ ପଡିଆରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଉଛି।

Comment