ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କୁ ନେଇ ଫିଲ୍ମମେକର କରନ ଜୋହର ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି।

କରଣ ଏକ ସାକ୍ଷାତକାରରେ ଏ ନେଇ କହିଛନ୍ତି, ”ଏହା ମୋ’ ଶୋ ଥିଲା। ସେ ଦୁଇଜଣଙ୍କ ସହ ଯାହାକିଛି ବି ହୋଇଛି ସେଥିଲାଗି ମୁଁ ସମ୍ପୂର୍ଣ୍ଣ ଭାବେ ଦାୟୀ। ମୁଁ ଅନେକ ରାତି ହେବ ଶୋଇପାରିନି, ଏହା ଭାବି ଭାବି କି ଯାହା ବି କିଛି ହୋଇଛି ତାହାକୁ କେମିତି ଠିକ୍‌ କରାଯାଇପାରିବ। ମୁଁ କାହାକୁ ମୋ କଥା କହିବି। ଏବେ ଜାହା କିଛି ବି ହେଉଛି ତାହା ମୋ’ କଣ୍ଟ୍ରୋଲର ବାହାରେ।”

ଜାନୁଆରୀ ୬ ରବିବାର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ କରଣଙ୍କ ଶୋର ଅତିଥି ହୋଇଥିଲେ। ପାଣ୍ଡ୍ୟା ଏହି ଶୋ’ରେ ମହିଳାଙ୍କ ପ୍ରତି ସେକ୍ସି ଶବ୍ଦ ଉଚ୍ଚାରଣ କରିଥିଲେ। ପରେ ନିଜର ଏହି ଟିପ୍ପଣୀ ପାଇଁ କ୍ଷମା ମାଗିଥିଲେ। ଅନ୍ୟପଟେ ଲୋକେଶ ରାହୁଲ ଏହି ସମାଲୋଚନା ଉପରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।

ଏହି ବିବାଦ ଆସିବା ପରେ ଉଭୟଙ୍କୁ ବିସିସିଆଇ ତତ୍କାଳ ଭାବେ ଅଷ୍ଟ୍ରେଲିଆ ଟେଷ୍ଟରୁ ବାଦ କରିଥିଲା। ଉଭୟ ତାପରେ ଭାରତ ଫେରିଥିଲେ। ଏହା ସହିତ ଉଭୟ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ୱାନଡେ ସିରିଜ୍ ଖେଳିପାରିନଥିଲେ। ଏହା ସହିତ ନ୍ୟୁଜିଲାଣ୍ଡ ସିରିଜ୍‌ରୁ ବାଦ ପଡ଼ିଛନ୍ତି ଉଭୟ ଖେଳାଳି।

Comment