ଓଡ଼ିଶାଲାଇଭ୍‌ ବ୍ୟୁରୋ

କଫି ଓ୍ଵିଥ୍ କରଣ ଟିଭି ଶୋ’ରେ ପାଣ୍ଡ୍ୟା ଓ ରାହୁଲଙ୍କ ମହିଳାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେବା ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଶୋ’ର ଆୟୋଜକ କରଣ ଜୋହର।

କ୍ଷମା ମାଗିଲେ କରଣ ଜୋହର। ‘କଫି ଓ୍ଵିଥ୍ କରଣ’ ଟିଭି ଶୋ’ରେ ପାଣ୍ଡ୍ୟା ଓ ରାହୁଲଙ୍କ ଏପିସୋଡରେ ଯାହା ଘଟିଥିଲା, ସେଥିପାଇଁ ସମସ୍ତଙ୍କୁ କ୍ଷମା ମାଗିଛନ୍ତି କରଣ। ଏହି ଏପିସୋଡ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲଙ୍କ ଟିପ୍ପଣୀକୁ ବହୁ ସମାଲୋଚନା କରାଯାଇଥିଲା। ଉଭୟ ମହିଳାଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଅନେକ ବିବାଦ ସୃଷ୍ଟି ହେବା ପରେ ଉଭୟଙ୍କୁ କ୍ରିକେଟରୁ ନିଲମ୍ବିତ କରାଯାଇଛି।

ବୁଧବାର ଏହି ଘଟଣାରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି କାର୍ଯ୍ୟକ୍ରମର ଆୟୋଜକ କରଣ ଜୋହର। ସେ ପାଣ୍ଡ୍ୟା ଓ ରାହୁଲଙ୍କ ଏପିସୋଡରେ ଯାହା ଘଟିଥିଲା, ସେଥିପାଇଁ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

କରଣ ଜୋହର କହିଛନ୍ତି, “ଆଜି ଯାଏ ମୋ ଶୋ’ରେ ଯାହା ଘଟିଥିଲା, ସେନେଇ ମୁହଁ ଖୋଲି ନଥିଲି। କିନ୍ତୁ ମୁଁ ଏତିକି କହିବାକୁ ଚାହେଁ ଯେ ମତେ ଆହୁରି ଦାୟିତ୍ୱବାନ ହେବାର ଥିଲା। ଏହି ଘଟଣା ପରେ ମୁଁ ଅନେକ ରାତି ଶୋଇପାରିନଥିଲି। ନିଜକୁ ଦୋଷୀ ବୋଲି ଅନୁଭବ କରିଥିଲି। ମୋ ଶୋ’ରେ ଯାହା ଘଟିଲା, ସେଥିପାଇଁ କେବଳ ମୁଁ ଦାୟୀ। ଏଥିପାଇଁ ମୁଁ ଦୁଃଖିତ।”

Comment