ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ର ଆଣ୍ଟି ଟେରର୍‌ ସ୍କ୍ୱାର୍ଡ (ଏଟିଏସ୍‌) ମଙ୍ଗଳବାର ରାତିରେ ୯ ଜଣଙ୍କୁ ମହାରାଷ୍ଟ୍ରର ଥାଣେ ଓ ଔରାଙ୍ଗାବାଦରୁ ଗିରଫ କରିଛି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଏମାନଙ୍କ ଲିଙ୍କ୍‌ ଥିବା ଅଭିଯୋଗରେ ଆରେଷ୍ଟ କରାଯାଇଛି। ଏମାନଙ୍କ ପାଖରୁ କେମିକାଲ୍‌ ପାଉଡର, ଏସିଡ ବୋତଲ, ଧାରୁଆ ଅସ୍ତ୍ର, ହାର୍ଡ ଡ୍ରାଇଭ୍‌, ମୋବାଇଲ୍‌ ଫୋନ୍‌, ସିମ କାର୍ଡ ଜବତ କରାଯାଇଛି।

ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ସ୍ଥାନରେ ଏମାନଙ୍କ ଆତଙ୍କୀ ଆକ୍ରମଣ କରିବାର ଯୋଜନା ରହିଥିଲା। ତେବେ ଏମାନେ କେଉଁ କେଉଁ ସ୍ଥାନରେ ଆତଙ୍କୀ ଆକ୍ରମଣ ଘଟାଇଥାନ୍ତେ ତାହା ସ୍ପଷ୍ଟ ହୋଇ ନଥିବା ଏଟିଏସ୍‌ ପକ୍ଷରୁ କୁହାଯାଇଛି।

ଏହି ଯୁବକମାନଙ୍କ ଉପରେ ପୂର୍ବରୁ ନଜର ରଖିଥିଲା ଏଟିଏସ୍‌। ସେମାନଙ୍କ ଗତିବିଧିରୁ ଆଇଏସ୍‌ଆଇଏସ୍‌ଙ୍କ ସହ ସମ୍ପର୍କ ଥିବା ନେଇ ସ୍ପଷ୍ଟ ହେବା ପରେ ମଙ୍ଗଳବାର ରାତିରେ ଏଟିଏସ୍‌ର ୧୨ରୁ ଅଧିକ ଟିମ୍‌ ଥାଣେ ଓ ଔରଙ୍ଗାବାଦ୍ର ୫ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ଉ କରି ଏମାନଙ୍କୁ ଗିରଫ କରିଛି।

ଅପରାଧୀମାନଙ୍କ ମଧ୍ୟରେ ଜଣେ ନାବଳକ ଥିବାର ସୂଚନା ମିଳିଛି।

Comment