ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଶାର ୬୦ଟି ପ୍ରେକ୍ଷାଳୟରେ ରିଲିଜ ହୋଇଛି ଫିଲ୍ମ ନିମ୍‌କି… ନିମପୁରରୁ ନବୀନ ନିବାସ।

ଓଡ଼ିଆ ଫିଲ୍ମ ‘ନିମ୍‌କି’… ନିମପୁରରୁ ନବୀନ ନିବାସକୁ ନେଇ ଓଡ଼ିଆ ଦର୍ଶକଙ୍କ ଭିତରେ ଥିବା ଅପେକ୍ଷାର ଅନ୍ତ ଘଟିଛି।  ବୁଧବାର ମୁକ୍ତିଲାଭ କରିଛି ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ନିମ୍‌କି। ସାରା ରାଜ୍ୟରେ ପ୍ରାୟ ୬୦ଟି ପ୍ରେକ୍ଷାଳୟରେ ଏହି ଫିଲ୍ମ ରିଲିଜ ହୋଇଛି। ଏହି ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି। କାହାଣୀର ରଚନା କରିଛନ୍ତି ନିଜେ ବର୍ଷା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।  

ତେବେ ଫିଲ୍ମର କାହାଣୀ ନିମପୁରର ଜଣେ ସାଧାରଣ ଝିଅ ଉପରେ ଆଧାରିତ। ଜଣେ ସାଧାରଣ ଝିଅର ଅସାଧାରଣ ସାହସକୁ ନେଇ ଗତିଶୀଳ  ହୋଇଛି ଫିଲ୍ମର କାହାଣୀ। ଏଥିରେ ଓଡ଼ିଶା ରାଜନୀତିର ଝଲକ ବି ଦେଖିବାକୁ ମିଳିଛି।

ଫିଲ୍ମକୁ ନେଇ ଦର୍ଶକ ଭିତରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଫିଲ୍ମରେ ବର୍ଷାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି।

ତେବେ ଫିଲ୍ମର ପ୍ରିମିୟରରେ ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ ସାମିଲ ହୋଇଛନ୍ତି। ପୂର୍ବରୁ ଅଭିନେତ୍ରୀ ବର୍ଷା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପଲିଟିକାଲ ଡ୍ରାମା ଫିଲ୍ମକୁ ଦେଖିବାକୁ ଅନୁରୋଧ କରିଥିଲେ।

“ଏହି ଫିଲ୍ମ ମୋ’ ପାଇଁ ଡ୍ରିମ ପ୍ରୋଜେକ୍ଟ। ଏହି ଫିଲ୍ମକୁ ନେଇ ମୁଁ ଦୁଇ ବର୍ଷ ହେଲା କାମ କରି ଆସୁଥିଲି। ଫିଲ୍ମର କାହାଣୀ ଓ ଡାଇଲଗ ପ୍ରସ୍ତୁତ ପାଇଁ ୨ ବର୍ଷ ଲାଗିଛି”, କହିଛନ୍ତି ବର୍ଷା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସବୁଠାରୁ ବଡ଼ କଥା ଏହି ଫିଲ୍ମର ପ୍ରିମିୟରରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ ସାମିଲ ହୋଇଛନ୍ତି।

Comment