ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରୀ ୨୫ରେ ହାତକୁ ଦୁଇ ହାତ ହେବେ ଓଡ଼ିଆ ଅଭିନେତ୍ରୀ ଏଲି ପାଢ଼ୀ। ମଙ୍ଗଳବାର ଜଗନ୍ନାଥ ମନ୍ଦିରରେ ଏଲିଙ୍କ ନିର୍ବନ୍ଧ ସରିଛି। ଏହି ନିର୍ବନ୍ଧରେ ଏଲିଙ୍କ ପରିବାରବର୍ଗ, ଓଲିଉଡ ସେଲିବ୍ରିଟି ଏବଂ ତାଙ୍କ ପ୍ରଶଂସକମାନେ ସାମିଲ ହୋଇଥିଲେ। ଏଲି ଯୁବ ବ୍ୟବସାୟୀ ତଥା ତାଙ୍କ ପିଲାବେଳର ସାଙ୍ଗ ଶ୍ରୀମୟ କୁମାର ପଣ୍ଡାଙ୍କୁ ବିବାହ କରୁଛନ୍ତି।

ତେବେ ଏଲି ତାଙ୍କ ନିର୍ବନ୍ଧ ଖବର ସୋସିଆଲ ମିଡିଆ ମାଧ୍ୟମରେ ନିଜର ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଏହାସହ ସେ ନିର୍ବନ୍ଧର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାପରେ ଫ୍ୟାନ୍‌ମାନଙ୍କର ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ଆସନ୍ତା ୨୫ରେ ସେ ବିବାହ ବନ୍ଧନରେ ବାନ୍ଧି ହେବେ।

ଏଲି ପାଢ଼ୀ ‘ତାଜା ଖବର’ ଓ ‘ଷୋହଳ ପୂରି ସତର ହେଲା’ ଭଳି ଆଲବମ୍ କରି ଚର୍ଚ୍ଚିତ ହୋଇଥିଲେ। ପରେ ‘ଫିୟର ଅଫ ଦ ଇୟର’, ରାସ୍ତା ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଟେଲି ଧାରାବାହିକ ତୁଳସୀ, ସିନ୍ଦୁର, ଅପା ଭଳି ପପୁଲାର ଧାରାବାହିକରେ ଏଲି ଅଭିନୟ କରିଛନ୍ତି। ଏଲି ଆଙ୍କରିଂରେ ବି ବେଶ୍‌ ଲୋକପ୍ରିୟ। ବର୍ତ୍ତମାନ ‘କିଏ ଜିତେ କିଏ ହାରେ’ ଧାରାବାହିକର ଉପସ୍ଥାପନା କରୁଛନ୍ତି।

Comment