ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶତାବ୍ଦୀ ଏକ୍ସପ୍ରେସ୍‌କୁ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ଦେଇ ଚଳାଚଳ କରିବା ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଲେଖିଛନ୍ତି ଚିଠି।

ଏହି ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ ଝାରସୁଗୁଡ଼ା ଓ ରାଉରକେଲାକୁ ସକାଳେ କୌଣସି ଟ୍ରେନ ସୁବିଧା ନାହିଁ। ଫଳରେ ସ୍ଥାନୀୟ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ସେହିପରି ରାଜଧାନୀ, ହମସଫର୍, ତେଜାସ୍ ଏବଂ ଉଦୟ ଏକ୍ସପ୍ରେସ ଭଳି ରେଳସେବାକୁ ଓଡ଼ିଶାର ପ୍ରମୁଖ ସ୍ଥାନମାନଙ୍କୁ ସ୍ଥାନାନ୍ତର କରିବାକୁ ନବୀନ ଚିଠିରେ ଅନୁରୋଧ କରିଛନ୍ତି।

Comment