ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରର ମାସିକ ବିଜୁଳି ବିଲ୍ ୨୩ କୋଟି ଟଙ୍କା। ଏଭଳି ଏକ ବିଲ୍ ଉତ୍ତର ପ୍ରଦେଶର କନୌଜରେ ରହୁଥିବା ଅବଦୁଲ ବସିତଙ୍କ ଘରେ ପହଞ୍ଚିଛି। ବିଦ୍ୟୁତ୍ ବିଲ୍ ବାବଦକୁ ତାଙ୍କୁ ୨୩ କୋଟି ଟଙ୍କା ପୈଠ କରିବାକୁ ବିଲ୍‌ରେ କୁହାଯାଇଛି। ଏଭଳି ବିଲ୍ ଦେଖି ବସିତଙ୍କ ପାଦତଳୁ ମାଟି ଖସିଗଲା ଭଲି ଲାଗିଥିଲା। ୟୁପିର ଏହି ବିଜୁଳି ବିଲ୍‌କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଲାଗି ରହିଛି।

୨୩ କୋଟି ଟଙ୍କାର ବିଜୁଳି ବିଲ୍ ଆସିବା ପରେ ଏସମ୍ପର୍କରେ ବିଦ୍ୟୁତ୍ ବିଭାଗ ସହ ଯୋଗାଯୋଗ କରିଥିଲେ ବସିତ। କମ୍ପ୍ୟୁଟରରେ ଭୁଲରେ ଟାଇପ୍ ହୋଇଥିବା କହି ସଫେଇ ରଖିଛନ୍ତି ଅଧିକାରୀ। ସେପଟେ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ।

ବସିତ କହିଛନ୍ତି, “ଏହି ଘଟଣା ପରେ ମୋତେ ଲାଗୁଛି, ସମଗ୍ର ଉତ୍ତରପ୍ରଦେଶର ବିଦ୍ୟୁତ ବିଲ୍ ମୋ ପାଖକୁ ଚାଲି ଆସିଛି। ଯଦି ମୁଁ ଜୀବନ ସାରା ରୋଜଗାର କରିବି, ତାହାଲେ ମଧ୍ୟ ଏତେ ଟଙ୍କା କେବେ ବି ଦେଇ ପାରିବି ନାହିଁ।”

Comment