ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

୨୦୧୯ରେ ବହୁ ଷ୍ଟାରକିଡ୍‌ ବଲିଉଡରେ ଡେବ୍ୟୁ କରିବା ନେଇ ଚର୍ଚ୍ଚା ଧରିଥିବା ବେଳେ ଏହି ଲିଷ୍ଟରେ ପ୍ରଥମରେ ରହିଛନ୍ତି ଅଭିନେତା ପରେଶ ରାୱଲଙ୍କ ପୁଅ ଆଦିତ୍ୟ ରାୱଲ। ଅନୁରାଗ କଶ୍ୟପଙ୍କ ଆଗାମୀ ଫିଲ୍ମ ‘ବମ୍‌ଫାଡ’ରେ ନଜର ଆସିବେ ଆଦିତ୍ୟ ରାୱଲ। ଏହି କଥା ନିଜେ ପରେଶ ରାୱଲ କନ୍‌ଫର୍ମ କରିଛନ୍ତି। ପରେଶ ରାୱଲଙ୍କ ଟୁଇଟର୍‌ ଅକାଉଣ୍ଟରେ ଏହି କଥା ପ୍ରକାଶ ପାଇବା ପରେ ଫ୍ୟାନ୍ସମାନଙ୍କ ଅଭିନନ୍ଦନର ସୁଅ ଛୁଟିଛି।

ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ବମ୍‌ଫାଡ’ରେ ଆଦିତ୍ୟଙ୍କ ବିପକ୍ଷରେ ଅଭିନୟ କରିବେ ଅଭିନେତ୍ରୀ ଶାଲିନୀ ପାଣ୍ଡେ। ଏହି ଫିଲ୍ମକୁ ରଞ୍ଜନ ଚନ୍ଦେଲ ନିର୍ଦ୍ଦେଶନା ଦେଇଥିବା ବେଳେ ଅଜୟ ରାୟ ଏହାର ପ୍ରଯୋଜନାର ଭାର ସମ୍ଭାଳିଛନ୍ତି।

‘ବମ୍‌ଫାଡ’ ଫିଲ୍ମର ସୁଟିଂ ୨୦୧୮ ମସିହାରେ ଗୁପ୍ତ ଭାବେ କାନପୁରରେ ସରିଯାଇଛି। ଫିଲ୍ମର ରିଲିଜ ବିଷୟ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।

Comment