ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମିଳିଲା ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ। କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲୀ ଚିକିତ୍ସା ପାଇଁ ଆମେରିକା ଯାଇଥିବାରୁ ଗୋଏଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ଆସନତା ବଜେଟ ଅଧିବେଶନରେ ପୀୟୁଷ ଗୋଏଲ ବଜେଟ ଉପସ୍ଥାପନ କରିବେ।

ପୀୟୁଷ ଗୋଏଲ ଏବେ କେନ୍ଦ୍ର ରେଳ ମନ୍ତ୍ରୀ ଅଛନ୍ତି। ପୂର୍ବରୁ ମଧ୍ୟ ପୀୟୁଷ ଗୋଏଲ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଅରୁଣ ଜେଟଲୀଙ୍କ କିଡ୍‌ନୀ ପ୍ରତ୍ୟାରୋପଣ ବେଳେ ସେ ଅର୍ଥ ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ।

Comment