ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ କପିଳ ଦେବଙ୍କ ବାୟୋପିକ୍‌ ‘୮୩’ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ରଣବୀର ସିଂହଙ୍କୁ।

ବଲିଉଡ ଅଭିନେତା ରଣବୀର ସିଂହ ବିବାହ ପରେ ଫିଲ୍ମ ଦୁନିଆଁରେ ଜବରଦସ୍ତ ରିଟର୍ଣ୍ଣ କରିଛନ୍ତି। ତାଙ୍କ ଫିଲ୍ମ ସିମ୍ବା ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ବେଳେ ନିକଟରେ ରଣବୀରଙ୍କ ଗଲିବୟ ରିଲିଜ ହେବାକୁ ଯାଉଛି। ଏହି ଦୁଇଟି ଫିଲ୍ମକୁ ବାଦ୍‌ ଦେଲେ ରଣବୀର ଆଉ ଏକ ଫିଲ୍ମ ପାଇଁ ଚର୍ଚ୍ଚାର ଘେରକୁ ଆସିଛନ୍ତି। ଏହି ଫିଲ୍ମର ନାଁ ହେଉଛି ‘୮୩’। ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ କପିଳ ଦେବଙ୍କ ବାୟୋପିକ୍‌ ହେଉଛି ଫିଲ୍ମ ‘୮୩’। ଏହି ଫିଲ୍ମ ୧୯୮୩ ମସିହା କ୍ରିକେଟ ବିଶ୍ୱକପ୍‌ରେ ଭାରତ ୱାର୍ଲ୍ଡ ଚମ୍ପିଆନ୍ସ ହେବାର କାହାଣୀ ଉପରେ ଆଧାରିତ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ କବୀର ଖାନ। ଫିଲ୍ମ ‘୮୩’ରେ କପିଳ ଦେବଙ୍କ ଭୂମିକାରେ ଦର୍ଶକ ରଣବୀର ସିଂହକୁ ଦେଖିବେ। ଏହି ଫିଲ୍ମକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି।

 

View this post on Instagram

 

And the glorious journey begins…….. #83 ? #kapildev @83thefilm #balwindersinghsandhu @kabirkhankk

A post shared by Ranveer Singh (@ranveersingh) on

ଅନ୍ୟପକ୍ଷରେ ଏହି ଫିଲ୍ମ ପାଇଁ ରଣବୀର ସିଂହ ଖାସ୍‌ ଧରଣର ଟ୍ରେନିଂ ନେଉଛନ୍ତି। ନିକଟରେ ରଣବୀର ଏହି ଫିଲ୍ମ ପାଇଁ ପ୍ରସ୍ତୁତ ହେବାର ଫଟୋ ନିଜ ଇନ୍‌ଷ୍ଟାଗ୍ରାମ ସେୟାର କରିଥିଲେ। ଫ୍ୟାନ୍‌ମାନେ ଏହାକୁ ପସନ୍ଦ କରିଥିଲେ। ଶୁଣିବାକୁ ମିଳୁଛି ନିଜେ କପିଳ ଦେବ, ରଣବୀର ସିଂହଙ୍କୁ ଏହି ଟ୍ରେନଂ ଦେଉଛନ୍ତି।

କେବଳ ହିନ୍ଦି ନୁହେଁ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମ ‘୮୩’ ରିଲିଜ ହେବ। ଏହି ଫିଲ୍ମ ଦ୍ୱାରା ଅଭିନେତା ରଣବୀର ସିଂହ ଓ ନିର୍ଦ୍ଦେଶକ କବୀର ଖାନ ପ୍ରଥମ ଥର ପାଇଁ ଏକାଠି କାମ କରିବେ।

Comment