ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏମିତି ଅଭିନେତ୍ରୀ ଅଛନ୍ତି, ଯିଏ ନିଜର ସୁନ୍ଦର ଚେହେରା ଏବଂ ଲଗ୍‌ଜରୀ ଲାଇଫଷ୍ଟାଇଲ୍‌ ପାଇଁ ପରିଚିତ। ଦୀପିକା ପାଦୁକୋଣ, ପ୍ରିୟଙ୍କା ଚୋପ୍ରା ଏବଂ କଙ୍ଗଣା ରାଣାୱତ ବଲିଉଡରେ ସବୁଠୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରେ। କିନ୍ତୁ ବଲିଉଡରେ ଜଣେ ଏମିତି ଅଭିନେତ୍ରୀ ଅଛନ୍ତି, ଯିଏକି ଏହି ସବୁ ଅଭିନେତ୍ରୀଙ୍କ ତୁଳନାରେ ଅଧିକ ଧନୀ। ଦେଖିବାକୁ ମଧ୍ୟ ଖୁବ୍‌ ସୁନ୍ଦର। ଏହାସହ ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡରେ ବେଶ୍‌ ଚର୍ଚ୍ଚିତ। ସେ ହେଲେ ବଲିଉଡର ହଟ୍‌ ଏବଂ ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନି। ସନ୍ନି ବହୁତ କମ୍‌ ସମୟ ଭିତରେ ବଲିଉଡରେ ନିଜର ଛାପ ସୃଷ୍ଟି କରିସାରିଲେଣି। ସେ ୨୦୧୨ରେ ଫିଲ୍ମ ‘ଜିସ୍ମ ୨’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ।

ବଲିଉଡରେ ଅନ୍ୟ ଅଭିନେତ୍ରୀଙ୍କ ତୁଳନାରେ ତାଙ୍କ ପାଖରେ ବେଶୀ ପ୍ରପଟି। ବଳିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ସେ ବହୁ ସମ୍ପତ୍ତିର ମାଲିକାଣୀ ଥିଲେ।

ମୁମ୍ବାଇ, କାନାଡା ଏବଂ ଆମେରିକାରେ ସନ୍ନିଙ୍କର ନିଜର ଘର ଅଛି। ଏହାସହ ତାଙ୍କ ପାଖରେ ନିଜର ପ୍ରାଇଭେଟ୍‌ ଜେଟ୍‌ ମଧ୍ୟ ଅଛି। ବଲିଉଡରେ ଗୋଟେ ଆଇଟମ୍‌ ଡାନ୍ସ କରିବାକୁ ସନ୍ନି ବେଶୀ ପାରଶ୍ରମିକ ନେଇଥାନ୍ତି। ୨୦୧୭ରେ ସନ୍ନିଙ୍କର ଏକ ବାୟୋପିକ୍‌ ଆସିଥିଲା, ଯେଉଁଥିରେ ସନ୍ନି ନିଜେ ଅଭିନୟ କରିଥିଲେ। ୨୦୧୫, ୧୬ ଓ ୧୭ରେ ଗୁଗୁଲରେ ସବୁଠୁ ବେଶୀ ସର୍ଚ୍ଚ ଅଭିନେତ୍ରୀମାନଙ୍କ ମଧ୍ୟରେ ସନ୍ନି ଆଗରେ।

Comment