ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡରେ କିଛି ଏମତି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଫିଲ୍ମ ହିଟ ହେବାପରେ ସେମାନେ ତରୁନ୍ତ ବିବାହ କରିଛନ୍ତି। ସେହି ହିରୋଇନମାନଙ୍କ ଭିତରେ ଅନୁଷ୍କା ଶର୍ମା,ଅସୀନ ଖାନ,ସୋନମ କପୁର, ନିତୁ ସିଂହ ରହିଛନ୍ତି।

ଅନୁଷ୍କା ଶର୍ମା

୨୦୦୮ରେ ‘ରବ୍‌ ନେ ବନା ଦି ଯୋଡ଼ି’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥବା ଅଭିନେତ୍ରୀ ଅନୁଷ୍କା ଶର୍ମା ବଲିଉଡରେ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ନିଜ ପ୍ରଡକ୍ସନ ହାଉସ୍‌ରୁ ଫିଲ୍ମ ଏନ୍‌ଏଚ୍‌ ୧୦ ନିର୍ମାଣ କରିଥିଲେ। ଏହାର ସଫଳତା ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ବିବାହ କରିଥିଲେ।

ଅସୀନ ଖାନ

ବଲିଉଡ ଅଭିନେତ୍ରୀ ଅସୀନ ଖାନ ‘ଗଜନୀ’ ଫିଲ୍ମରେ ଡେବ୍ୟୁ କରିଥିଲେ। ସଲମାନଙ୍କ ସହିତ ରେଡ୍ଡୀ ଫିଲ୍ମରେ ଅଭିନୟ କରିବାପରେ ୨୦୧୬ ମସିହାରେ ବିବାହ କରିଥିଲେ।

ସୋନମ କପୁର

ଅଭିନେତ୍ରୀ ସୋନମ କପୁର ଗତବର୍ଷ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ଫିଲ୍ମ ‘ନିରଜା’ରେ ସୋନମ ଅଭିନୟ କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ।ଏହି ଫିଲ୍ମରେ ସଫଳତା ପାଇବା ପରେ ସେ ବିବାହ କରିଥିଲେ।

ନିତୁ ସିଂହ

୭୦ ଦଶକରେ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇଥିବା ଅଭିନେତ୍ରୀ ହେଲେ ନିତୁ ସିଂହ। ବଲିଉଡରେ ପାଖାପାଖି ୨୦ ଟି ଫିଲ୍ମରେ ଅଭିନୟ କରିଛନ୍ତି ସେ। ଯେଉଁ ସମୟରେ ସେ ବଲିଉଡରେ ଚର୍ଚ୍ଚାରେ ରହିଥିଲେ ସେହି ସମୟରେ ସେ ଅଭିନେତା ଋଷି କପୁରଙ୍କୁ ବିବାହ କରିଥିଲେ।

Comment