ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’।

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବଞ୍ଚିଲେ ୪୦ରୁ ଅଧିକ ଯାତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜନଗରରୁ ପୁରୀ ଯାଉଥିବାବେଳେ ଦ୍ୱିବେଦୀ ନାମକ ଏକ ଘରୋଇ ବସ୍‌ ବୁଧବାର ସକାଳେ ଘନ କୁହୁଡ଼ି ଯୋଗୁଁ ରାସ୍ତା ତଳକୁ ଖସି ଯାଇଥିବା ଜଣାପଡ଼ିଛି।

କନ୍ଧମାଳରେ ପୁଣି ନାବାଳିକା ଗର୍ଭବତୀ

କିଛି ଦିନ ହେଲା ରାଜ୍ୟରେ ଗୋଟିଏ ପରେ ଗାଟିଏ ନାବାଳିକା ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସୁଛି। ବୁଧବାର କନ୍ଧମାଳ ଜିଲ୍ଲାରେ ପୁଣି ଏକ ନାବାଳିକା ଗର୍ଭବତୀ ହୋଇଥିବା ଖବର ନଜର ଆସିଛି। ଘଟଣାଟି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଘଟିଛି।

ବ୍ୟାଙ୍କ କ୍ୟାସିଅରଙ୍କୁ ହତ୍ୟା, ପରକୀୟା ପ୍ରୀତି ସନ୍ଦେହ!

ଗଞ୍ଜାମ ଜିଲ୍ଲା ମୁଣ୍ଡମରାଇ ଗାଁରେ ଜଣେ ବ୍ୟାଙ୍କ କ୍ୟାସିଅରଙ୍କ ମୃତଦେହ ଜବତ କରାଯାଇଛି। ଧରକୋଟ ପୋଲିସ ଶବକୁ ଜବତ କରିଛି।

ଘନ କୁହୁଡ଼ିର ଚାଦର, ବିଭିନ୍ନ ସ୍ଥାନରେ ଦୁର୍ଘଟଣା

ଉପକୂଳ ଓଡ଼ିଶାରେ ଘନ କୁହୁଡ଼ିର ଆସ୍ତରଣ ଛାଇ ରହିଛି। ସାରା ରାଜ୍ୟରେ କୁହୁଡ଼ିର ପ୍ରଭାବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଆସନ୍ତା ୨୫ ତାରିଖ ଯାଏଁ କୁହୁଡ଼ି ଲାଗି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଏବଂ ଗୁରୁବାର ପାଇଁ କୁହୁଡ଼ିର ସତର୍କ ସୂଚନା ଜାରି କରାଯାଇଛି। ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଲ, ଅନଗୁଳ, କନ୍ଧମାଳ ଆଦି ଜିଲ୍ଲାମାନଙ୍କରେ ସତର୍କ ସୂଚନା ଜାରି କରାଯାଇଛି।

ରାହୁଲଙ୍କ ଗସ୍ତକୁ ସଫଳ କରିବା ଲାଗି କଂଗ୍ରେସର ବିଶାଳ ଆୟୋଜନ

ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ଶୁକ୍ରବାର ଓଡ଼ିଶା ଗସ୍ତ କରୁଛନ୍ତି। ଭୁବନେଶ୍ୱର ତମାଣ୍ଡୋ ପଡିଆରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗେଦେବାକୁ ରାହୁଲ ଆସୁଥିବାରୁ ପ୍ରଦେଶ କଂଗ୍ରେସ କମିଟିର ନେତୃମଣ୍ଡଳୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।

୨୯ରେ ଓଡ଼ିଶା ଆସିବେ ଅମିତ ଶାହ

ଜାନୁଆରୀ ୨୯ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଅମିତ ଶାହ ଓଡ଼ିଶା ଆସି କଟକ ସାଲେପୁରଠାରେ ଆୟୋଜିତ ଏକ ସଭାରେ ଯୋଗଦେବେ।

କଂଗ୍ରେସ ପଲିଟିକ୍ସରେ ପ୍ରିୟଙ୍କା ଗାନ୍ଧି

କଂଗ୍ରେସ ରାଜନୀତରେ ପ୍ରବେଶ କରିଛନ୍ତି ପ୍ରିୟଙ୍କା ଗାନ୍ଧି। ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସ ତରଫରୁ ନୂଆ ଦାୟିତ୍ୱ ଦିଆଯାଇଛି। ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି।

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆର ବିଜୟ

ନ୍ୟୁଜିଲାଣ୍ଡ ମାଟିରେ ଟିମ୍‌ ଇଣ୍ଡିଆର ବିଜୟ। ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନାପିଏରଠାରେ ଚାଲିଥିଲା ପ୍ରଥମ ଦିନିକିଆ ମ୍ୟାଚ। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳଠାରୁ ୮ ୱିକେଟରେ ବିଜୟଲାଭ କରିଛି ଟିମ୍‌ ଇଣ୍ଡିଆ। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ନ୍ୟୁଜିଲାଣ୍ଡ। ମ୍ୟାଚର ପ୍ରଥମରୁ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଭାରତୀୟ ବୋଲରଙ୍କୁ ସାମ୍ନା ନ କରିପାରି ଏହି ବିପର୍ଯ୍ୟୟର ସାମ୍ନା କରିଛି ନ୍ୟୁଜିଲାଣ୍ଡ।

ଝାଡ଼ଖଣ୍ଡ କୋଇଲା ଖଣିରେ ଦୁର୍ଘଟଣା, ୨ ମୃତ

ଝାଡ଼ଖଣ୍ଡ ଧାନବାଦର ଏକ କୋଇଲା ଖଣିରେ ଅଘଟଣ ଘଟିଛି। ଖଣି ଭିତରେ କୋଇଲା ଖଣ୍ଡ ଧସି ଅନେକ ମୃତାହାତ ହୋଇଥିବା ଆଶଙ୍କା କରାଯାଉଛି। ଏଯାବତ ୨ଟି ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। କୋଇଲା ଖଣ୍ଡ ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି।

ବିଧାୟକଙ୍କ ଗିରଫ ଦାବିରେ ଥାନାରେ ଭଙ୍ଗାରୁଜା

ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଗିରଫ ଦାବିରେ ଥାନାରେ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ। ବୁଧବାର ସ୍ଥାନୀୟ ଲୋକେ ଭଙ୍ଗାରୁଜା କରିବା ସହ ବିଧାୟକଙ୍କ ଗିରଫ ଦାବି ଜୋର ଧରିଛି।

କେନ୍ଦ୍ରାପଡ଼ା ଅଶାନ୍ତ – ସହରରେ ୧୪୪ ଧାରା, ଗୁରୁବାର କେନ୍ଦ୍ରାପଡ଼ା ବନ୍ଦ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀକୁ ବିରୋଧ କରି ବୁଧବାର କେନ୍ଦ୍ରାପଡ଼ା ସହର ଅଶାନ୍ତ ହୋଇଯାଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ଜିଲ୍ଲା ପ୍ରଶାସନ ସାରା ସହରରେ ୧୪୪ ଧାରା ଜାରି କରିଛି।

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଶତାବ୍ଦୀ ଏକ୍ସପ୍ରେସ୍‌କୁ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ଦେଇ ଚଳାଚଳ କରିବା ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଲେଖିଛନ୍ତି ଚିଠି।

କପିଳ ଦେବଙ୍କ ବାୟୋପିକ୍‌ ‘୮୩’ରେ ନଜର ଆସିବେ ରଣବୀର ସିଂହ

ବଲିଉଡ ଅଭିନେତା ରଣବୀର ସିଂହ ବିବାହ ପରେ ଫିଲ୍ମ ଦୁନିଆଁରେ ଜବରଦସ୍ତ ରିଟର୍ଣ୍ଣ କରିଛନ୍ତି। ତାଙ୍କ ଫିଲ୍ମ ସିମ୍ବା ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ବେଳେ ନିକଟରେ ରଣବୀରଙ୍କ ଗଲିବୟ ରିଲିଜ ହେବାକୁ ଯାଉଛି। ଏହି ଦୁଇଟି ଫିଲ୍ମକୁ ବାଦ୍‌ ଦେଲେ ରଣବୀର ଆଉ ଏକ ଫିଲ୍ମ ପାଇଁ ଚର୍ଚ୍ଚାର ଘେରକୁ ଆସିଛନ୍ତି। ଏହି ଫିଲ୍ମର ନାଁ ହେଉଛି ‘୮୩’।

ପୁଣି ଅଡୁଆରେ ବେଗୁନିଆର ବାହୁବଳି ବିଧାୟକ!

ପୁଣି ଅଡୁଆରେ ପଡ଼ିଛନ୍ତି ବେଗୁନିଆର ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବ। ବିଗତ ଦିନରେ ଜଣେ ସରକାରୀ କର୍ମଚାରୀ ଏବଂ ଦଳୀୟ କର୍ମୀଙ୍କୁ ହାତ ଉଠାଇ ଚର୍ଚ୍ଚାରେ ରହିଥିବା ଜଗଦ୍ଦେବଙ୍କ ବିରୋଧରେ ଆଜି ବେଗୁନିଆରେ ଶହ ଶହ ଲୋକ ଏକାଠି ହୋଇଛନ୍ତି। ବିଧାୟକଙ୍କ ଗିରଫ ଦାବି କରିଛନ୍ତି।

କୋହଲିଙ୍କୁ ବିଶ୍ରାମ ଦେଲା ବିସିସିଆଇ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକଆ  ସିରିଜର ଅନ୍ତିମ ଦୁଇଟି ମ୍ୟାଚରୁ ବିଶ୍ରାମ ଦିଆଯାଇଛି। ବିରାଟ ଚତୁର୍ଥ(୩୧ ଜାନୁଆରି) ଓ ପଞ୍ଚମ(୩ ଫେବ୍ରୁଆରି) ଦିନିକିଆ ମ୍ୟାଚ ଖେଳିବେ ନାହିଁ। କେବଳ ସେତିକି ନୁହେଁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ମଧ୍ୟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ବୁଧବାର ବିସିସିଆଇର ଚୟନକର୍ତ୍ତା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ନେତାଜୀଙ୍କ ନାଁରେ ନୂଆ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନୂଆ ପୁରସ୍କାର ଘୋଷଣା କରିଛନ୍ତି। ଏହି ପୁରସ୍କାରର ନାଁ ରଖାଯାଇଛି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର।

ପରଦାକୁ ଆସିଲା ‘ନିମ୍‌କି’ – ପ୍ରିମିୟର ଶୋ’ରେ ସାମିଲ ହେଲେ ଜୟା ବଚ୍ଚନ

ଓଡ଼ିଆ ଫିଲ୍ମ ‘ନିମ୍‌କି’… ନିମପୁରରୁ ନବୀନ ନିବାସକୁ ନେଇ ଓଡ଼ିଆ ଦର୍ଶକଙ୍କ ଭିତରେ ଥିବା ଅପେକ୍ଷାର ଅନ୍ତ ଘଟିଛି।  ବୁଧବାର ମୁକ୍ତିଲାଭ କରିଛି ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ନିମ୍‌କି। ସାରା ରାଜ୍ୟରେ ପ୍ରାୟ ୬୦ଟି ପ୍ରେକ୍ଷାଳୟରେ ଏହି ଫିଲ୍ମ ରିଲିଜ ହୋଇଛି।

ପୀୟୁଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମିଳିଲା ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ। କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲୀ ଚିକିତ୍ସା ପାଇଁ ଆମେରିକା ଯାଇଥିବାରୁ ଗୋଏଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

Comment