ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇନ୍‌କାଲ୍-୨୦୧୯ର ମାସ୍କଟ୍ ‘ଆଲୁମଫ୍‌’ କୁ ନାଲ୍‌କୋର ନିଗମ କାର୍ଯ୍ୟାଳୟରେ ଭବ୍ୟ ସ୍ୱାଗତ କରାଯାଇଛି। ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦଙ୍କ ସମେତ ନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଆଲୁମଫ୍‌କୁ ସ୍ୱାଗତ ଜଣାଇଥିଲେ।

ଜାନୁଆରି ୩୧ ରୁ ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଆଲୁମିନିୟମ କନକ୍ଲେଭ (ଇନ୍‌କାଲ) ଅନୁଷ୍ଠିତ ହେବାକୁ ଯାଉଛି। ଏହାର ପ୍ରଚାର ପ୍ରସାର ତଥା ଦେଶର କେତେକ ପ୍ରମୁଖ ସ୍ଥାନରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ଆଲୁମଫ୍‌କୁ ପ୍ରସ୍ତୁତ କରାଯାଇଛି।

ଆଲୁମିନିୟମ ସେକ୍ଟର କିପରି ଆଗକୁ ବଢ଼ିବ ସେନେଇ ଚାରି ଦିନ ଧରି ଏହି କନକ୍ଲେଭ ଅନୁଷ୍ଠିତ ହେବ। ଆଲୁମିନିୟମ ଆସୋସିଏସନ ଅଫ୍ ଇଣ୍ଡିଆ (ଏଏଆଇ) ଏବଂ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ସହଭାଗିତାରେ ଏହି କନକ୍ଲେଭ ଅନୁଷ୍ଠିତ ହେବ। ଏହି ଅନ୍ତର୍ଜାତୀୟ କନକ୍ଲେଭକୁ ସଫଳ କରିବା ପାଇଁ ନବରତ୍ନ କମ୍ପାନି ନାଲ୍‌କୋ, ବେଦାନ୍ତ ଏବଂ ହିଣ୍ଡାଲ୍‌କୋ ଏକାଠି ହୋଇଛନ୍ତି।

ଏହି କନକ୍ଲେଭର ପ୍ରଚାର ପ୍ରସାର ପାଇଁ ପ୍ରଥମ ଥର ପାଇଁ ଇନ୍‌କାଲର ନିଜସ୍ୱ ମାସ୍କଟ ଉନ୍ମୋଚନ କରାଯାଇଛି।

କେନ୍ଦ୍ର ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ, ସଂସଦୀୟ ବ୍ୟାପାର ଓ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର,  ଗ୍ରାମୀଣ ବିକାଶ ରାଷ୍ଟ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ, କେନ୍ଦ୍ର ଖଣି ସଚିବ ଅନୀଲ ମୁକିମ, ନାଲ୍‌କୋ ଅଧ୍ୟକ୍ଷ ତଥା ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦଙ୍କ ଉପସ୍ଥିତିରେ ଭଦୋଦରାସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିଠାରେ ‘ଆଲୁମଫ୍’ ଉନ୍ମୋଚିତ ହୋଇଥିଲା।

Comment