ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଫିଲ୍ମର ଚାହିଦା ସବୁବେଳେ ଉପରେ ରହିଛି। ଫିଲ୍ମର ଚାହିଦା ଅନୁଯାୟୀ ବଲିଉଡ ଅଭିନେତ୍ରୀମାନେ ସେମାନଙ୍କ ଡିମାଣ୍ଡ ବୃଦ୍ଧି କରିଛନ୍ତି। କଙ୍ଗନା ରଣାୱତ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, କରୀନା କପୁର, କ୍ୟାଟ୍ରିନା କୈଫ ଆଦି ଅଭିନେତ୍ରୀ ସର୍ବାଧିକ ଟଙ୍କା ନେଇଥାନ୍ତି।

କଙ୍ଗନା ରଣାୱତ

କଙ୍ଗନା ରଣାୱତ ହେଲେ ବଲିଉଡର ଜଣେ ଆଗ ଧାଡ଼ିର ନାୟିକା। ସେ ଗୋଟିଏ ଫିଲ୍ମ ପାଇଁ ୧୫ କୋଟି ଟଙ୍କା ନେଇଥାନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ମଣିକର୍ଣ୍ଣିକା ରିଳିଜ ହୋଇଥିଲା।

ଦୀପିକା ପାଦୁକୋନ

ବଲିଉଡ ଆଉ ଜଣେ ଖ୍ୟାତନାମା ଅଭିନେତ୍ରୀ ହେଲେ ଦୀପିକା ପାଦୁକୋନ। ସେ ଗୋଟିଏ ଫିଲ୍ମ ପାଇଁ ୧୩ କୋଟି ଟଙ୍କା ନେଇଥାନ୍ତି। ୨୦୧୭ରେ ପଦ୍ମାବତ୍‌ ଫିଲ୍ମ ପାଇଁ ଦୀପିକା ୧୩ କୋଟି ଟଙ୍କା ନେଇଥିଲେ।

ପ୍ରିୟଙ୍କା ଚୋପ୍ରା

ଉଭୟ ବଲିଉଡ ଓ ହଲିଉଡ ଫିଲ୍ମରେ ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ହେଲେ ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ୧୩ କୋଟି ଟଙ୍କା ନେଇଥାନ୍ତି।

କରୀନା କପୁର

ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ହେଲେ କରୀନା କପୁର। ବଲିଉଡରେ ସେ ବେଶ୍‌ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ଗୋଟିଏ ଫିଲ୍ମକୁ ୧୧.୫ କୋଟି ଟଙ୍କା ନେଇଥାନ୍ତି।

କ୍ୟାଟ୍ରିନା କୈଫ

ବଲିଡଡର କେତେକ ହିଟ୍ ଫିଲ୍ମରେ ଅଭିନୟ କରି କ୍ୟାଟ୍ରିନା ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ସେ ୧୧ କୋଟି ଟଙ୍କା ନେଇ ଫିଲ୍ମରେ ଅଭିନୟ କରିଥାନ୍ତି। ନିକଟରେ ସେ ଶାହରୁଖ ଓ ଅନୁଷ୍କା ସହିତ ଜିରୋ ଫିଲ୍ମରେ ନଜର ଆସିଥିଲେ।

Comment