ଓଡ଼ିଶାଲାଇଭ୍ ବ୍ୟୁରୋ

ଟଙ୍କା ଆଗରେ ଫିକା ପଡ଼ିଛି ବନ୍ଧୁତା। ୬୦ ହଜାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଛି ଜଣେ ସାଙ୍ଗ। ଏଭଳି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇରେ। ସାଙ୍ଗକୁ ହତ୍ୟା କରି ପ୍ରମାଣ ଲୁଚାଇବାକୁ ମୃତଦେହ ୨୦୦ ଖଣ୍ଡ କରି ଟଏଲେଟ୍‌ ଫ୍ଲଶରେ ରଖିଥିଲା ଅଭିଯୁକ୍ତ। ମୁଣ୍ଡ ଓ ହାଡ଼କୁ ଅନ୍ୟ ଏକ ଜାଗାରେ ଫିଙ୍ଗି ଦେଇଥିଲେ। ଟଏଲେଟରୁ ଦୁର୍ଗନ୍ଧ ବାହାରିବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

ପୋଲିସ୍‌ ତଦନ୍ତ କରି ଅଭିଯୁକ୍ତଙ୍କୁ ଆରେଷ୍ଟ କରିଥିଲା। ପୋଲିସର ପଚରା ଉଚରା ପରେ ଅଭିଯୁକ୍ତ ଘଟଣା ସମ୍ପର୍କରେ ସବୁ ସତ ମାନିଥିଲା।

କିଏ ଏହି ଅଭିଯୁକ୍ତ?

ଅଭିଯୁକ୍ତ ଜଣକ ହେଲେ ମୁମ୍ବାଇ ନବାସୀ ପିଣ୍ଟୁ ଶର୍ମା। ପୋଲିସ ପିଣ୍ଟକୁ ଗିରଫ କରିଛି। ଗିରଫ କରି ପୋଲିସ ପଚରା ଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଛି।

ହତ୍ୟା ପଛର କାରଣ?

ହତ୍ୟା ପଛରେ ମୁଖ୍ୟ କାରଣ ଟଙ୍କା ଜଣାପଡ଼ିଛି। ଅଭିଯୁକ୍ତ ପିଣ୍ଟୁର ସାଙ୍ଗ ଗଣେଶ କୋଲଟକର କୌଣସି କାରଣରୁ ପିଣ୍ଟୁଙ୍କଠାରୁ ଏକ ଲକ୍ଷ ଟଙ୍କା ନେଇଥିଲେ। ସେଥିରୁ ୪୦ ହଜାର ଟଙ୍କା ପିଣ୍ଟଙ୍କୁ ଦେଇ ଦେଇଥିଲେ ଗଣେଶ। ବାକି ୬୦ ହଜାର ଟଙ୍କା ପାଇଁ ଦୁଇ ଜଣକ ଭିତରେ ସଂଘର୍ଷ ଚାଲିଥିଲା। ଥରେ ଝଗଡ଼ା ବି ହୋଇଥିଲା। ଏହାପରେ ପିଣ୍ଟୁ ଗଶେଶଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା। ଶେଷରେ ଗଣେଶଙ୍କୁ ଏକୁଟିଆ ପାଇ ହତ୍ୟା କରିଥିଲା ପିଣ୍ଟୁ।

କାହିଁକି ଟଏଲଟ ଫ୍ଳଶରେ ରଖିଥିଲା କଟା ମାଂସ?

ଘଟଣାକୁ ଲୁଚାଇବା ପାଇଁ ଅପରାଧୀ ପିଣ୍ଟୁ ଚଳାଇଥିଲା ମାଷ୍ଟରମାଇଣ୍ଡ। ପ୍ରମାଣ ଲୁଚାଇ ଦେବାକୁ ଯାଇ ଗଣେଶର ମୃତ ଶରୀରକୁ ୨୦୦ ଖଣ୍ଡ କରିଥିଲା। କଟା ମାଂସକୁ ରହୁଥିବା ଭଡ଼ାଘର ଟଏଲେଟ ଫ୍ଲଶରେ ଲୁଚାଇ ରଖିଥିଲା। ସେଥିରୁ ଦୁର୍ଗନ୍ଧ ବାହାରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Comment