ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ କରିଛନ୍ତି। ସୋରେନ ଜାନୁଆରୀ ୨୨,  ମଙ୍ଗଳବାର ମୟୂରଭଞ୍ଜ ଆସିଥିଲେ। ୨୩ ତାରିଖରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି। ଜାନୁଆରୀ ୨୩ ତାରିଖରେ ସେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀର ଚିକିଟାମାଟିଆଠାରେ ଏକ ସାଧାରଣ ସଭାରେ ଯୋଗ ଦାନ କରିଥିଲେ। ତେବେ ସୋରେନ ଆଗାମୀ ସାଧାରଣ ନିର୍ବାଚନରେ ମୟୂରଭଞ୍ଜର ଜନସାଧାରଣ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତି ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ।

 

ଆଦିବାସୀମାନଙ୍କର ବିକାଶ ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସବୁବେଳେ ନଜର ଦେଇଥାଏ ବୋଲି ସେ ଦଳୀୟ ସମାବେଶରେ ଉଦବୋଧନ ଦେଇଥିଲେ।

ତେବେ ଆଗାମୀ ନିର୍ବାଚନ ରେ ତାଙ୍କ ଝିଅ ଅଞନି ସୋରେନ ମୟୂରଭଞ୍ଜ ଜିଲ୍ଲାରୁ ଜେଏମଏମର ଲୋକସଭା ପ୍ରାର୍ଥୀ ହେବାକୁ ଯାଉଥିବାରୁ ଏହା ତାଙ୍କର ଗସ୍ତର ଉଦ୍ଦେଶ୍ୟ ବୋଲି କୁହାଯାଇପାରେ।

 

ଆଗକୁ କଂଗ୍ରେସ ଦଳ ସହିତ ତାଙ୍କର ନିର୍ବାଚନୀ ମେଣ୍ଟ ହେବାର ଅଛି। ଆଗାମୀ ୩୦ତାରିଖରେ ହେବାକୁଥିବା ମହାମେଣ୍ଟ ବୈଠକରେ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସୋରେନ ଜାନୁଆରୀ ୨୨ରେ ମୟୂରଭଞ୍ଜ ଆସିଥିଲେ। ୨୩ ତାରିଖରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ।

Comment