ଓଡ଼ିଶାଲାଇଭ୍ ବ୍ୟୁରୋ

କୋମନା ବସଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲରୁ ୩୦ ବୋତଲ ଏସକପ୍‌ ସିରଫ ଜବତ କରାଯାଇଛି। କୋମନା ପୋଲିସ ଓ ଡ୍ରଗ୍ସ ଡିପାର୍ଟମେଣ୍ଟ ମିଳିତ ଉଦ୍ୟମରେ ଏହାକୁ ଜବତ କରାଯାଇଛି।

ଏହା ସହିତ ହୋଟେଲ ମାଲିକ ଓ ଏଥିରେ ସହଯୋଗ କରୁଥିବା ଜଣଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି କୋମନା ପୋଲିସ। କେବେଠୁ ସେମାନେ ଏହି କାମ କରିଆସୁଥିଲେ। କେଉଁମାନେ ଏଥିରେ ସେମାନଙ୍କୁ ସହଯୋଗ କରୁଥିଲେ ସେ ନେଇ ପୋଲିସ ଖୋଳତାଡ଼ କରିବା ଆରମ୍ଭ କରିଛି।

ବେଆଇନ ଭାବେ ମାଦକ ଔଷଧ ବିକ୍ରି ମାମଲାରେ ଉଭୟଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି କୋମନା ଡିଏସପି।

Comment