ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପେଣ୍ଠ ଗାଁ ନିକଟରୁ ୬ଟି ବୋମା ଜବତ କରାଯାଇଛି। ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ।

ଖବର ପାଇବା ପରେ ପାଟକୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡ଼ିକୁ ଜବତ କରିଛି। ଜବତ ବୋମା ଗୁଡ଼ିକ ଗୋଲା ବାଣା ବୋଲି କହିଛନ୍ତି ପାଟକୁରା ଏସ୍‌ଆଇ। କେହି ବିବାହରେ ବାଣ ଫୁଟାଇବାକୁ ନେଉଥିବା ବେଳେଏହା ଖସିପଡିଥାଇ ପାରେ ବୋଲି ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି କେହି ଏହାକୁ ବିସ୍ଫୋରଣ ପାଇଁ ଆଣିଥାଇପାରେ। ଜବତ ବାଣକୁ ପୋଲିସ ନିଷ୍କ୍ରିୟ କରିଛି।

Comment