ଓଡ଼ିଶାଲାଇଭ୍ ବ୍ୟୁରୋ

  1. ସକାଳ ୬ଟାରେ ଉଠିଲା କଫ୍ୟୁ
  2. କର୍ଫ୍ୟୁ ଉଠିବା ପରେ ସହରରେ ଶାନ୍ତି ଶୋଭାଯାତ୍ରା
  3. ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା ସହରରେ ଶେଷରେ ଶାନ୍ତି ଫେରିଛି। ସହରରେ ଜାରି ହୋଇଥିବା କର୍ଫ୍ୟୁକୁ ଶୁକ୍ରବାର ସକାଳ ୬ଟାରେ ପ୍ରଶାସନ ଉଠାଇ ଦେଇଛି। ଫଳରେ କେନ୍ଦ୍ରାପଡ଼ାରେ ସାଧାରଣ ଜନ ଜୀବନ ସ୍ଵଭାବିକ ହୋଇଛି। ପ୍ରଶାସନ କର୍ଫ୍ୟୁ ଉଠାଇଥିଲେ ବି ସହରରେ ୧୪୪ ଧାରା ବଳବତ୍ତର ରହିଛି।  କର୍ଫ୍ୟୁ ଉଠିବା ପରେ ସହରରେ ଶାନ୍ତି ଶୋଭାଯାତ୍ରା ବାହାରିଛି।

ଅନ୍ୟପକ୍ଷରେ ଶୁକ୍ରବାର କେନ୍ଦ୍ରାପଡ଼ା ପାଟକୁରା ଥାନା ପେଣ୍ଠଗ୍ରାମ ହାଇସ୍କୁଲରୁ ୬ ଟି ଅଫୁଟା ବୋମା ଉଦ୍ଧାର ହୋଇଛି। ଏନେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

ଗତ ଦୁଇ ଦିନ ଧରି କେନ୍ଦ୍ରାପଡା ସହରରେ ନେତାଜୀ ଜୟନ୍ତୀ ପାଳନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ହୋଇଥିଲା। ସଂଘର୍ଷ ଧୀରେ ଧୀରେ ବଢ଼ିବାକୁ ଲଗିଥିଲା। ବିବାଦ ଉଗ୍ର ରୂପ ନେବାରୁ ସହରରେ ୧୪୪ ଧାରା ସହ କର୍ଫ୍ୟୁ ଜାରି ହୋଇଥିଲା।

 

Comment