ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ବିମାନବନ୍ଦରରେ ଏଆଇସିସି ସଭାପତି ରାହୁଲ ଗାନ୍ଧି ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ଲାଗି କଂଗ୍ରେସ ନେତାମାନେ ସେଠାରେ ପହଞ୍ଚିଥିଲେ। ଏହା ସହିତ ରାହୁଲଙ୍କ ଫଟୋ ନେବା ଲାଗି ଗଣାମାଧ୍ୟମ ପ୍ରତିନିଧିମାନେ ସାମ୍ନାକୁ ଆସିଥିଲେ।

ତେବେ ଭିଡ଼ ଯୋଗୁଁ କ୍ୟାମେରାମ୍ୟାନମାନଙ୍କୁ ଏପଟ ସେପଟ ହେବାକୁ ପଡ଼ିଥିଲା। ରାହୁଲଙ୍କୁ ନେତାମାନେ ସ୍ୱାଗତ କରିବା ପରେ ଦଳୀୟ ନେତାଙ୍କ ସହ କିଛି କଥାବାର୍ତ୍ତା କରିଥିଲେ।

ଏହାରି ଭିତରେ ହଠାତ୍‌ ଭିଡ଼ ଭିତରେ ଜଣେ କ୍ୟାମେରାମନ୍ୟାନ ରାହୁଲଙ୍କ ଫଟୋ ନେଉଥିବା ବେଳେ ଉଚ୍ଚ ସ୍ଥାନରୁ ତଳକୁ ଖସିପଡ଼ିଥିଲେ। ତେବେ କ୍ୟାମେରାମ୍ୟାନଙ୍କ ଉପରେ ପ୍ରଥମ ନଜର ପଡ଼ିଥିଲା ରାହୁଲ ଗାନ୍ଧିଙ୍କର। ସେ ସଙ୍ଗେ ସଙ୍ଗେ କ୍ୟାମେରାମ୍ୟାନ୍‌ଙ୍କ ପାଖକୁ ଯାଇ ତାଙ୍କ ହାତ ଧରି ଉଠାଇଥିଲେ। ଯାହା ପରେ ରାହୁଲଙ୍କ ଉଦାରତାକୁ ନେଇ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here