ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଆଜି ପୁରୀର ମାଳତୀପାଟପୁରରେ ରାଜ୍ୟସରକାରଙ୍କ ତରଫରୁ ଏକ ଚାଷୀ ସମାବେଶ ଆୟୋଜନ କରାଯାଉଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ ପ୍ରକ୍ରିୟାର ଶୁଭାରମ୍ଭ କରିବେ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି।

ମୁଖ୍ୟମନ୍ତ୍ରୀ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତକୁ ଅର୍ଥ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିବା ପରେ ୨୬ତାରିଖ ସୁଦ୍ଧା ୧୨ଲକ୍ଷ ୪୫ହଜାର ୪୯୦ଜଣ ହିତାଧିକାରୀଙ୍କ ଖାତକୁ ଟଙ୍କା ପଠାଯିବ।

Comment