ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଦିବାସୀ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର ଆଦିବାସୀ ପଡ଼ିଆରେ ଆଜିଠୁ ଆରମ୍ଭ ହୋଇଛି ଆଦିବାସୀ ମେଳା। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ୧୫ ଦିନ ଧରି ଏହି ମେଳା ଚାଲିବ।

“ଆଦିବାସୀମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାରୁ ମଧ୍ୟ ଆଦିବାସୀ ଭାଇ ଭଉଣୀମାନେ ଉପକୃତ ହୋଇପାରିବେ। ଏହି ମେଳା ମାଧ୍ୟମରେ ଆଦିବାସୀ ଅଞ୍ଚଳର କଳା, ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ହୋଇପାରୁଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଦିବାସୀ ମେଳା ଉଦଘାଟନ ବେଳେ ଅନୁସୂଚିତ ଜାତି, ଜନଜାତି ବିଭାଗର ମନ୍ତ୍ରୀ ରମେଶ ମାଝି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ଚଳିତ ବର୍ଷ ଏହି ମେଳାରେ ୧୨୪ଟି ଷ୍ଟଲ ପଡ଼ିଛି। ଏହି ମେଳାରେ ଆଦିବାସୀ ଅଞ୍ଚଳର ସୁସ୍ୱାଦୁ ଖାଦ୍ୟ ଷ୍ଟଲ ସମେତ ହସ୍ତତନ୍ତ ସାମଗ୍ରୀ ଷ୍ଟଲ ଖୋଲିଛି। ଆଦିବାସୀମାନେ ବ୍ୟବହାର କରୁଥିବା ଅଳଙ୍କାର ମଧ୍ୟ ଏହି ମେଳାରେ ଉପଲବ୍ଧ ରହିଛି।

ଏହି ମେଳାରେ ଜାନୁଆରି ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ଆଦିବାସୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ମେଳାର ଏହା ମୁଖ୍ୟ ଆକର୍ଷଣ।

Comment