ଓଡ଼ିଶା ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

କମେଡି କିଙ୍ଗ କପିଲ ଶର୍ମାଙ୍କୁ ବଡ଼ ଝଟକା। ଟେଲିଭିଜନ୍‌ ଦୁନିଆରେ ନମ୍ବର ୱାନ ପୋଜିସନରେ ଥିବା କପିଲଙ୍କ  ଶୋ ‘ଦ କପିଲ ଶର୍ମା ସୋ’ ଏବେ ଖରାପ ଦିଗରେ ଗତି କରୁଛି। ଏହି ସୋ’କୁ ପଛରେ ପକାଇ ଦର୍ଶକମାନଙ୍କ ମନ ଜିଣିଛି ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ରିଆଲିଟି ଶୋ ‘ଖତରୋଁ କା ଖିଲାଡି’। ଚଳିତ ସପ୍ତାହର ବାର୍କ ରିପୋର୍ଟ ଅନୁଯାୟୀ ‘ଦ କପିଲ ଶର୍ମା ଶୋ’କୁ ପଛରେ ପକାଇ ‘ଖତରୋଁ କା ଖିଲାଡି’ ନମ୍ବର ୱାନ ପୋଜିସନ ହାସଲ କରିଛି।

ବାର୍କ ରିପୋର୍ଟ ଅନୁସାରେ ‘ଖତରୋଁ କା ଖିଲାଡି’ ପ୍ରଥମ ପୋଜିସନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଏକତା କପୁରଙ୍କ ମେଗା ଧାରବାହିକ ‘ନାଗିନ ୩’। ଏବଂ ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛି କମେଡି କିଙ୍ଗ କପିଲଙ୍କ ‘ଦ କପିଲ ଶର୍ମା ସୋ’। ସୋ’ ପୂର୍ବ ଭଳି ଦର୍ଶକମାନଙ୍କ ଆଦର ସାଉଁଟି ପାରୁ ନାହିଁ।

ଛୋଟ ପରଦାର ଲୋକପ୍ରିୟ କମେଡ଼ି ଧାରାବାହିକ ଥିବା କପିଲ ଶର୍ମା ସୋ’ ବିଭିନ୍ନ କାରଣରୁ ଲମ୍ବା ସମୟ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା। ସୋ’ର ଅନ୍ୟତମ ମୁଖ୍ୟ କଳାକାର ସୁନୀଲ ଗ୍ରୋଭରଙ୍କ ସହ କପିଲଙ୍କ ଝଗଡ଼ା ହେବା କାରଣରୁ କପିଲ୍‌ ବିବାଦରେ ଥିଲେ।

ବିଗତ କିଛି ଦିନରୁ ଟେଲିଭିଜନରୁ ଦୂରେଇ ଯାଇଥିବା କପିଲ୍ ବିବାହ ପରେ ପୁଣିଥରେ କମବ୍ୟାକ୍ କରିଥଲେ। ଦ କପିଲ ଶର୍ମା ସୋ’ ସିଜନ ୨ ଭାବେ ଛୋଟ ପରଦାକୁ ରିଟର୍ଣ୍ଣ କରିଥିଲେ। ସୋ’ରେ କମେଡିଆନ୍‌ କୃଷ୍ଣା ଓ କମେଡି କୁଇନ୍‌ ଭାରତୀଙ୍କୁ ଆଣିଲା ପରେ ମଧ୍ୟ ପୂର୍ବ ଭଳି ସୋ’ ଆଉ ଚାଲୁନି। ଏହି ସପ୍ତାହରେ ଆସିଥିବା ବାର୍କ ରିପୋର୍ଟ ଅନୁଯାୟୀ ‘ଦ କପିଲ ଶର୍ମା ଶୋ’ ବର୍ତ୍ତମାନ ଟିଆର୍‌ପି ଲିଷ୍ଟର ତୃତୀୟ ସ୍ଥାନରେ ରହିଛି।

Comment