ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଲ୍ମରେ ବେଶ୍‌ ନାମ ଅର୍ଜନ କରିଥିବା ଅଭିନେତ୍ରୀ ଈଶା କୋପିକର ରାଜନୀତିରେ ପ୍ରବେଶ କରିଛନ୍ତି। ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଈଶା।

ଈଶାଙ୍କୁ ବିଜେପି ମହିଳା ମୋର୍ଚ୍ଚା ପରିବହନ ଶାଖା କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ଵ  ଦିଆଯାଇଛି।

ଈଶା ବଲିଉଡର ଜଣେ ଖ୍ୟାତନାମା ଅଭିନେତ୍ରୀ। ସେ ହିନ୍ଦୀ ସମେତ ତେଲୁଗୁ, ତାମିଲ, କାନ୍ନାଡା, ମରାଠୀ ଆଦି ବିଭିନ୍ନ ଭାଷାଭାଷୀ ଫିଲ୍ମରେ ଅଭିନୟ କରିଛନ୍ତି।

ସେ ୧୯୯୭ରେ ପ୍ରଥମ କରି ହିନ୍ଦୀ ଫିଲ୍ମରେ ଡେବ୍ୟୁ କରିଥିଲେ। ‘ଏକ୍‌ ଥା ଦିଲ୍‌ ଏକ ଥୀ ଧଡକନ୍‌’ ତାଙ୍କର ଡେବ୍ୟୁ ହିନ୍ଦୀ ଫିଲ୍ମ ଥିଲା।

Comment