ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୀରାରାଣୀ ସୁକଦେଈଙ୍କ ବଂଶଜ ଦୁର୍ଗାମାଧବ ଟିକାୟତ ହେଲେ ବାଙ୍କିର ୨୭ତମ ରାଜା। 

(ବାଙ୍କିରୁ ଆଶିଷ କୁମାର ମହାପାତ୍ର): ମା’ ଚର୍ଚ୍ଚିକାଙ୍କ ଆଦ୍ୟସେବକ ବାଙ୍କି ରାଜା ସାମନ୍ତ ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କର ଗତ ସାଧାରଣତନ୍ତ୍ର ଦିବସ ଦିନ ୮୭ ବର୍ଷ ବୟସରେ ଦେହାନ୍ତ ଘଟିଛି। ସେହିଦିନ ସାମନ୍ତ ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ଦୁର୍ଗାମାଧବ ଟିକାୟତଙ୍କର ବାଙ୍କିର ୨୭ତମ ରାଜାଭାବେ ରାଜ୍ୟାଭିଷେକ ହୋଇଛି।

ରାଜଗୁରୁ ଭବାନୀଶଙ୍କର ମହାପାତ୍ର, ଶ୍ୟାମସୁନ୍ଦର ମହାପାତ୍ର ଓ ରାଜ ପୁରୋହିତ ଉପସ୍ଥିତ ରହି ପାରମ୍ପରିକ ରୀତିନୀତିରେ ବାଙ୍କିର ନୂତନ ରାଜାଙ୍କର ରାଜ୍ୟାଭିଷେକ କରିଥିଲେ।

ନୂଆ ରାଜାଙ୍କର ରାଜ୍ୟାଭିଷେକ ହେବା ପରେ ମନ୍ତ୍ରୀ, ବକ୍ସି ସେନପତି, ରାଜଗୁରୁ, ରାଜପୁରୋହିତ ଏବଂ ପାରିଷଦ ବର୍ଗଙ୍କୁ ନେଇ ରାଜଦରବାର ବସିଥିଲା। ରାଜା ମୁକୁଟ ପରିଧାନ କରି ହାତରେ ଖଣ୍ଡା ଧରି ରାଜ ଦରବାରରେ ବସିଥିଲେ। ବାଙ୍କିର ଭଲମନ୍ଦ ଖବର ପାରିଷଦ ବର୍ଗଙ୍କଠାରୁ ବୁଝିଥିଲେ।

ନୂତନ ବକ୍ସିଭାବେ ସୁଧାଂଶୁ ରଞ୍ଜନ ପଟ୍ଟନାୟକ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ବୀରାରାଣୀ ସୁକଦେଈଙ୍କ ବଂଶଜ ଦୁର୍ଗାମାଧବ ଟିକାୟତ ୨୭ତମ ରାଜା ଭାବେ ଶାସନଭାର ଗ୍ରହଣ କରିଛନ୍ତି।

Comment