ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ଯେତିକି ଯେତିକି ପାଖଉଛି ରାଜନୈତିକ ବାତାବରଣ ବି ସେତିକି ସେତିକି ଉଷ୍ମ ହେବାରେ ଲାଗିଛି। ଅନ୍ୟପଟେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିବା କୁମ୍ଭ ମେଳାରେ ଜଣଙ୍କ ପରେ ଜଣେ ରାଜନେତାଙ୍କ ଆଗମନ ହେଉଛି।

ଉତ୍ତରପ୍ରଦେଶ ସରକାରରେ ମୁଖ୍ୟମନ୍ତ୍ରୀ ରହି ସାରିଥିବା ଅଖିଳେଶ ଯାଦବ କୁମ୍ଭ ମେଳାକୁ ଆସି ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ପରେ ସେ ନିଜର ଏକ ଭିଡ଼ିଓ ଟୁଇଟର ପେଜରେ ଶେୟାର କରିଛନ୍ତି। ଯେଉଁ ଭିଡ଼ିଓକୁ ଏ ଯାଏଁ ଅନେକ ଲୋକ ଦେଖିସାରିଲେଣି।

ଅଖିଳେଶ ଏହି ଭିଡ଼ିଓକୁ ଶେୟାର କରି ନିଜ ଜୀବନର ଦୁଇଟି ଲକ୍ଷ ବାବଦରେ କହିଛନ୍ତି। ଏହା ସହିତ ସେ ଶ୍ରୀମଦ ଭଗବତ ଗୀତାର ଏକ ଶ୍ଲୋକ ମାଧ୍ୟମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି।

ତେବେ ଅଖିଳେଶ ନିଜ ଲକ୍ଷ ବାବଦରେ କହିଛନ୍ତି, “ମୋ ଜୀବନରେ ଦୁଇଟି ଲକ୍ଷ ଅଛି। ସମ୍ବିଧାନର ରକ୍ଷା ଏବଂ ସେହି ଧର୍ମର ସୁରକ୍ଷା ଯାହା କହିଥାଏ କି, ପ୍ରକୃତରେ ସେ ହେଉଛି ଯୋଗୀ ଯେ ସମସ୍ତଙ୍କୁ ସମାନ ଭାବେ ଦେଖିଥାଏ ଏବଂ ଅନ୍ୟର ସୁଖ ଦୁଃଖକୁ ନିଜ ସୁଖ ଦୁଃଖ ବୋଲି ଭାବିଥାଏ।”

ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ପ୍ରୟାଗରାଜରୁ ଆସିବା ପରେ ଏହି ଭିଡ଼ିଓ ଶେୟାର କରିଛନ୍ତି।  ଏହା ସହିତ କୁମ୍ଭମେଳାର କିଛି ଫଟୋ ମଧ୍ୟ ସେ ଶେୟାର କରିଛନ୍ତି।

Comment