ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରରେ ଆଉ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଏଣିକି ମହାପ୍ରଭୁଙ୍କ ନୀତିରେ ଯେଉଁ ସେବାୟତ ବିଭ୍ରାଟ କରିବେ ସେମାନଙ୍କ ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ନୀତିରେ ଯେଉଁ ସେବାୟତ ଥରେ ବିଳମ୍ବ କରିବେ ସେମାନେ ଶାଢ଼ୀ ବନ୍ଧା ସେବାରୁ ବାଦ୍ ପଡ଼ି ପାଳିଆ ସେବାୟତ ହେବେ। ତିନି ଥର ବିଳମ୍ବ ହେଲେ ଉଭୟ ପାଳିଆ ସେବା ଏବଂ ଶାଢ଼ୀବନ୍ଧା ସେବାରୁ ବାଦ୍ ପଡ଼ିବେ ସେବାୟତ।

ଏହାସହ ନୀତିକାନ୍ତି ତ୍ୱରାନ୍ୱିତ କରିବା ପାଇଁ ସକାଳ ଧୂପ ଓ ଭୋଗମଣ୍ଡପ ଏକ ସମୟରେ କରିବା ପାଇଁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଅବଢ଼ା ଦର ଉପରେ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ସ୍ଥିର ହୋଇ ନୂଆ ଅବଢ଼ା ଦର ସୁଆର ଓ ମହାସୁଆର ନିଯୋଗକୁ ଦିଆଯାଇଛି। ସେମାନେ ତର୍ଜମା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏବଂ ସେବାୟତମାନେ ଉପସ୍ଥିତ ଥିଲେ।

Comment