ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯେତେବେଳେ ଅଜୟ ଦେବଗନ, ମାଧୁରୀ ଓ ଅନିଲ କପୁର ‘ଟୋଟଲା ଧମାଲ’ କରିବାକୁ ଚିନ୍ତା କରିସାରିଛନ୍ତି ତେବେ ଏମାନଙ୍କୁ ରୋକିବ କିଏ। ଫିଲ୍ମର ଟ୍ରେଲର ଗତ କିଛିଦିନ ହେବ ଟ୍ରେଣ୍ଡିରେ ଥିବାବେଳେ ମଙ୍ଗଲବାର ଫିଲ୍ମର ଫାଷ୍ଟ ସଙ୍ଗ ରିଲିଜ୍‌ ହୋଇଛି, ଯାହା ସୋସିଆଲ ମିଡିଆରେ ଟୋଟାଲ ଧମାଲ ମଚାଉଛି।

ଗୀତର ଟାଇଟଲ ରହିଛି ‘ପୈସା ପୈସା’ । ଗୀତରେ ମାଧୁରୀଙ୍କ ଡ୍ୟାନ୍ସ ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଛି। ପୂରା କାଷ୍ଟ ଗୀତରେ ଖୁବ ଧମାଲ ମଚାଇଛନ୍ତି। ଫିଲ୍ମଟି ୨୨ପେବ୍ରୁଆରିରେ ରିଲିଜ୍‌ ହେବ। ଫିଲ୍ମ ପୂର୍ବରୁ ଗୀତ ରିଲିଜ ହୋଇଛି ଯାହା ବିଶେଷକରି ଯୁବପିଢୀଙ୍କୁ ଖୁବ୍‌ ପସନ୍ଦ ଆସିଛି।

ଟୋଟାଲ ଧମାଲ ମାଧ୍ୟମରେ ପାଖାପାଖି ୧୮ବର୍ଷ ପରେ ଅନିଲ କପୁର ଓ ମାଧୁରୀଙ୍କ ଜୋଡ଼ିକୁ ଦର୍ଶକ ପରଦାରେ ଦେଖିବାକୁ ପାଇବେ। ପୁକାରରେ ଉଭୟ ଶେଷଥର ଲାଗି ନଜର ଆସିଥିଲେ। ଗୀତ, ଟ୍ରେଲର ଲୋକଙ୍କୁ ପସନ୍ଦ ଆସୁଥିବା ବେଳେ ଫିଲ୍ମଟି ବକ୍ସଅଫିସରେ କେତେ ଧମାଲ ମଚାଉଛି ତାହା ୨୨ଫେବ୍ରୁଆରି ପରେ ଜଣାପଡିବ।

Comment