ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ମାଲକାନଗିରି ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ପ୍ରତିବାଦ ଦିବସରେ ଲାଲ ବାହିନୀର ଲଙ୍କାକାଣ୍ଡ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦରଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌କୁ ନିଆଁ ଲଗାଇଲେ ମାଓବାଦୀ।

ସୋମବାର ରାତିରେ ନଡ଼ିଆ ରାଣୀ ନାମକ ଏକ ଘରୋଇ ବସ ମାଲକାନଗିରିଠାରୁ ମହୁପଦର ଯାଉଥିଲା। ୪୦ରୁ ୫୦ ମାଓବାଦୀ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଏହି କାଣ୍ଡ ଭିଆଇଛନ୍ତି। ସେମାନେ ଯାତ୍ରୀଙ୍କୁ ବସ୍‌ରୁ ଓହ୍ଲାଇ ଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ। ବସ୍‌ କର୍ମଚାରୀଙ୍କୁ ମାଡ଼ ମାରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ମାଓ ଦମନ ଅପରେସନକୁ ବିରୋଧ କରି ଏହି କାଣ୍ଡ ଭିଆଇଥିବା ପୋଲିସ ଅନୁମାନ କରୁଛି। ଏହି ଘଟଣା ପରେ ସେହି ଅଞ୍ଚଳରେ ସୁରକ୍ଷା ବାହିନୀ ତରଫରୁ କୁମ୍ବିଙ୍ଗ୍ ଅପରେସନକୁ ଜୋରସୋର କରାଯାଇଥିବା ସୂଚନା ମିଳିଛି।

Comment