ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ରେ ବସିବ ରାଜ୍ୟ କ୍ୟାବିନେଟ। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକର ଅଧ୍ୟକ୍ଷତା କରିବେ। ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ।

ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରି ନିମନ୍ତେ ୫-୬ ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ। ଏଥିସହ ୧୨ଟି ପ୍ରସ୍ତାବକୁ ମଞ୍ଜୁରି ମିଳିପାରେ।

ଗତ ସୋମବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରି କେନ୍ଦ୍ରୀୟ ଯୋଜନା ଗୁଡ଼ିକର ସମୀକ୍ଷା କରିଥିଲେ। ମଙ୍ଗଳବାର ରାଜ୍ୟ କ୍ୟାବିନେଟରେ ଏହି ସମ୍ପର୍କରେ ଆଲୋଚନା ହୋଇପାରେ।

Comment