ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍‌ଷ୍ଟାଣ୍ଡରେ ଛାତ୍ରଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଯୋଡ଼ା ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ତାଙ୍କ ନାମ ହେଉଛି ଓଶ୍‌ ନନ୍ଦ। ତାଙ୍କ ପିଠି ଓ କାନରେ ଆଘାତ ଲାଗିଛି। ତାଙ୍କୁ ଟାଟା ଷ୍ଟିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଓଶ୍‌ ହେଉଛନ୍ତି ବଡ୍‌ବିଲ୍‌ସ୍ଥିତ ସେଣ୍ଟମେରୀ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର। ମଙ୍ଗଳବାର ସେ ସ୍କୁଲ୍ ଯିବା ପାଇଁ ଯୋଡ଼ା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ତେବେ ସେ ସେମାନଙ୍କୁ ବାଧା ଦେବାକୁ ଉଦ୍ୟମ କରିଥିଲେ। ତେଣୁ ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

ପୋଲିସ୍‌ ଏହି ଘଟଣାର ଅଧିକ ତଦନ୍ତ କରୁଛି।

Comment