ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’।

ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡେଜ୍

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡେଜ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କିଛି ଦିନ ହେବ ସେ ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ଥିଲେ।

ଲାଲ୍ ବାହିନୀର ନାଲି ଆଖି, ଯାତ୍ରୀବାହୀ ବସରେ ଲଗାଇଲେ ନିଆଁ

ମାଲକାନଗିରି ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ପ୍ରତିବାଦ ଦିବସରେ ଲାଲ ବାହିନୀର ଲଙ୍କାକାଣ୍ଡ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦରଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌କୁ ନିଆଁ ଲଗାଇଲେ ମାଓବାଦୀ।

ପରୀକ୍ଷାର୍ଥୀଙ୍କ ସହ ମୋଦିଙ୍କ ଚର୍ଚ୍ଚା, ବିଦେଶୀ ବିଦ୍ୟାର୍ଥୀ ହେବେ ସାମିଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିବେ। ଦେଶବ୍ୟାପି ସମସ୍ତ ଶିକ୍ଷକ, ବିଦ୍ୟାର୍ଥୀ, ଅଭିଭାବକଙ୍କ ସହ ଚର୍ଚ୍ଚା କରିବେ। ଏହି କାର୍ଯ୍ୟକ୍ରମରେ ବିଦେଶୀ ଛାତ୍ରଛାତ୍ରୀ ବି ସାମିଲ ହେବେ। ଏହି କାର୍ଯ୍ୟକ୍ରମ ଜରିଆରେ ପରୀକ୍ଷା ସମ୍ବନ୍ଧିତ ଆଲୋଚନା କରିବେ।

ଛାତ୍ରଙ୍କୁ ଛୁରା ମାଡ଼ କଲେ ଦୁର୍ବୃତ୍ତ

କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍‌ଷ୍ଟାଣ୍ଡରେ ଛାତ୍ରଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଯୋଡ଼ା ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ତାଙ୍କ ନାମ ହେଉଛି ଓଶ୍‌ ନନ୍ଦ। ତାଙ୍କ ପିଠି ଓ କାନରେ ଆଘାତ ଲାଗିଛି। ତାଙ୍କୁ ଟାଟା ଷ୍ଟିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଆଜି ଆସୁଛନ୍ତି ଅମିତ ଶାହ, କର୍ମୀଙ୍କୁ ଦେବେ ଗୁରୁ ମନ୍ତ୍ର

ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ହେଲିକପ୍ଟର ଯୋଗେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଯିବେ।

ସାଲେପୁରରେ ଅମିତ ଶାହ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର – କହିଲେ, “ଓଡ଼ିଶାରେ ଆଗାମୀ ସରକାର ବିଜେପିର”

“ଏଥର ନବୀନ ପଟ୍ଟନାୟକଙ୍କ ସରକାରର ଅନ୍ତ ଘଟିବ। ଆଗାମୀ ଦିନରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ। ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ଏହା ସ୍ପଷ୍ଟ କରିଛି”, କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

ଅଯୋଧ୍ୟା ଜମି ବିବାଦ – ଅଣବିବଦୀୟ ଜମି ଫେରାଇ ଦେବାକୁ ସୁପ୍ରିମକୋର୍ଟରେ କେନ୍ଦ୍ରର ଆବେଦନ

ସାଧାରଣ ନିର୍ବାଚନ ପୂର୍ବରୁ ଅଯୋଧ୍ୟାର ବିବାଦୀୟ ରାମଜନ୍ମଭୂମି ଜମିକୁ ନେଇ କେନ୍ଦ୍ର ସରକାର ମଙ୍ଗଳବାର ବଡ଼ ପଦକ୍ଷେପ ନେଇଛନ୍ତି। ବାବ୍ରି ମସ୍‌ଜିଦ ସଂଲଗ୍ନ ନିର୍ବିବାଦୀୟ ୬୭ ଏକର ଜମିକୁ ରାମ ଜନ୍ମଭୂମି ନ୍ୟାସ କମିଟିକୁ ଫେରାଇବା ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର।

ଆସିଲା ନିର୍ବାଚନ, ଫେରିଲା ସିବିଆଇ!

୨୦୧୯ ନିର୍ବାଚନ ପୂର୍ବରୁ ସିବିଆଇକୁ ନେଇ ପୁଣି ରାଜ୍ୟ ରାଜନୀତିର ପାରଦ ବଢ଼ିଛି। ଦୀର୍ଘ ଦିନର ନୀରବତା ପରେ ସିବିଆଇ ତାତି ପୁଣି ଫେରିଛି। ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ବିଜେଡିର ଦୁଇ ବିଧାୟକ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ନୋଟିସ ପରେ ରାଜନୀତି ପୁଣି ତେଜିଛି।

ଶ୍ରୀମନ୍ଦିର ନୀତି ବିଳମ୍ବ ହେଲେ ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଶ୍ରୀମନ୍ଦିରରେ ଆଉ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଏଣିକି ମହାପ୍ରଭୁଙ୍କ ନୀତିରେ ଯେଉଁ ସେବାୟତ ବିଭ୍ରାଟ କରିବେ ସେମାନଙ୍କ ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

୨ ବିଜେପି ନେତାଙ୍କୁ ଛତ୍ରପୁର ପୋଲିସର ନୋଟିସ୍

ଛତ୍ରପୁରର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଦୁଇ ବିଜେପି ନେତାଙ୍କୁ ନୋଟିସ ଜାରି କରିଛି ପୋଲିସ। ଛତ୍ରପୁର ଥାନାରେ ହାଜର ହେବାକୁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ଜାରି କରାଯାଇଛି।

ଅତନୁ, ଅରୁଣଙ୍କୁ ସିବିଆଇ ନୋଟିସ୍!

ବିଜୁ ଜନତା ଦଳର ଆଗ ଧାଡ଼ିର ଦୁଇ ବିଧାୟକ ଅତନୁସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍। ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ଏହି ଦୁଇ ନେତାଙ୍କୁ ନୋଟିସ୍ ହୋଇଥିବା ଖବର ସରବରାହ ସଂସ୍ଥା ଏଏନ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଉତ୍ତରପ୍ରଦେଶରେ ‘ଉରୀ’ ଫିଲ୍ମ ଟ୍ୟାକ୍ସ ଫ୍ରି

ରିଲିଜ ହେବାର ତୃତୀୟ ସପ୍ତାହରେ ପହଞ୍ଚିସାରିଲାଣି ଫିଲ୍ମ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’। କିନ୍ତୁ ବକ୍ସ ଅଫିସରେ ଏବେ ମଧ୍ୟ ଚାଲିଛି ‘ଉରି’ର ସର୍ଜିକାଲ ଷ୍ଟ୍ରାଇକ। ଜବରଦସ୍ତ ବ୍ୟବସାୟ କରୁଛି ଏହି ଫିଲ୍ମ। ଆଉ ଏବେ ଉତ୍ତରପ୍ରଦେଶ ସରକାରଙ୍କ ଏକ ଘୋଷଣା ଏହି ଫିଲ୍ମକୁ ଆହୁରି ଫାଇଦା ମିଳିବ। ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଉରି’କୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି।

ମୋଦି ନରମ, ଶାହ ଗରମ

ଓଡ଼ିଶାର ବିଜେଡି ସରକାର ପ୍ରତି କେନ୍ଦ୍ରର ବିଜେପି ନେତାଙ୍କର ଆଭିମୁଖ୍ୟ କ’ଣ? ଏହା ବୁଝିବା ଏବେ ମୁସ୍କିଲ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ନବୀନଙ୍କ ପିଠି ଥାପୁଡ଼େଇ ଚାଲିଯାଇଥିବା ବେଳେ ଅମିତ ଶାହ ଆଜି ବିଜେଡିକୁ ସିଧାସଳଖ ଆଟାକ କରିଛନ୍ତି।

୧୬ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର

ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟରେ ବହୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ହସ୍ତଶିଳ୍ପ ନୀତି – ୨୦୧୯କୁ ମଞ୍ଜୁରି ମିଳିଛି।

ମିତାଲି ବାହିନୀର କମାଲ୍‌ : ୨-୦ରେ ସିରିଜ ହାତେଇଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ର ବାଜିମାତ୍‌ ପରେ ଏବେ ମହିଳା କ୍ରିକେଟ ଦଳ ନିଜର ଜଲୱା ଦେଖାଇଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଘରୋଇ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇବା ସହ ସିରିଜ କବ୍‌ଜା କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌।

Comment