ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆର ସବୁଠାରୁ ଲମ୍ବା ଏକ୍ସପ୍ରେସ-ୱେ ଭାରତରେ ନିର୍ମାଣ କରାଯିବ। ଏନେଇ ମଙ୍ଗଳବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ଏହି ଏକ୍ସପ୍ରେସ-ୱେ ନିର୍ମାଣ କରାଯିବ। ଏହି ଏକ୍ସପ୍ରେସ-ୱେ ଉତ୍ତରପ୍ରଦେଶର ମେରଠରୁ ଆରମ୍ଭ ହୋଇ ପ୍ରୟାଗରାଜ ସହ ସଂଯୋଗ ହେବ।

ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ବାହାରି ପ୍ରୟାଗରାଜରେ କ୍ୟାବିନେଟ ବୈଠକ ଡକାଇଥିଲେ। ଏହି ବୈଠକ ପରେ ଏକ୍ସପ୍ରେସ-ୱେର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।

ଏହାକୁ ଗଙ୍ଗା ଏକ୍ସପ୍ରେସ-ୱେ ନାମରେ ନାମିତ କରାଯିବ। ଏହାର ଲମ୍ବ ପ୍ରାୟ ୬୦୦ କିଲୋମିଟର ହେବାବେଳେ ଏହା ଛଅ ଲାଇନ ବିଶିଷ୍ଟ ହେବ ବୋଲି ସୂଚନା ମିଳିଛି। ଏହି ଏକ୍ସପ୍ରେସ-ୱେ ନିର୍ମାଣ କରିବା ପାଇଁ ପ୍ରାୟ ୩୬ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

Comment