ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରିୟଙ୍କା ଗାନ୍ଧି ସକ୍ରିୟ ରାଜନୀତିକୁ ଆସିବା ପରେ ବିରୋଧୀ ଶିବିରରେ ହଟଚମଟ ଦେଖାଦେଇଛି। ପ୍ରିୟଙ୍କାଙ୍କୁ ନେଇ କଂଗ୍ରେସ ଶିବିର ଉତ୍ସାହିତ ହୋଇପଡ଼ିଥିବା ବେଳେ ବିଜେପି ବିଧାୟକମାନେ ଆକ୍ଷେପ କରି ଆସୁଛନ୍ତି।

ଉତ୍ତରପ୍ରଦେଶ ବାଲିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂ ପ୍ରିୟଙ୍କାଙ୍କୁ ‘ସୃପଣଖା’ କହିବା ସହ ରାହୁଲ ଗାନ୍ଧିଙ୍କୁ ‘ରାବଣ’ କହି କଟାକ୍ଷ କରିଛନ୍ତି।

ସୁରେନ୍ଦ୍ର ସିଂ କହିଛନ୍ତି, “କଂଗ୍ରେସ ହେଉଛି ଏକ ଭଙ୍ଗା ଡଙ୍ଗା। କେବଳ ଏସ୍‌ସି ଏସ୍‌ଟି ଆକ୍ଟ ପାଇଁ କଂଗ୍ରେସ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ସରକାରକୁ ଆସିଛି। ରାମ-ରାବଣ ଯୁଦ୍ଧ ପୂର୍ବରୁ ରାବଣ ପ୍ରଥମେ ତାଙ୍କ ଭଉଣୀ ‘ସୃପଣଖା’କୁ ପଠାଇଥିଲା। ଏବେ ରାମଙ୍କ ଭୂମିକାରେ ମୋଦି ଅଛନ୍ତି। ମୋଦିଙ୍କୁ କାଉଣ୍ଟର କରିବା ପାଇଁ ରାହୁଲ ପ୍ରିୟଙ୍କାଙ୍କୁ ‘ସୃପଣଖା’ ଭୂମିକାରେ ଅବତୀର୍ଣ୍ଣ କରିଛନ୍ତି।”

ଏହା ପୂର୍ବରୁ ପ୍ରିୟଙ୍କାଙ୍କୁ ମାନସିକ ରୋଗୀ କହି ବିରୋଧୀ ସମାଲୋଚନା କରିଥିଲେ।

ଗତ କିଛିଦିନ ତଳେ ପ୍ରିୟଙ୍କା କଂଗ୍ରେସ ରାଜନୀତିରେ ସକ୍ରିୟ ଭାବେ ପ୍ରବେଶ କରିଥିଲେ। ତାଙ୍କୁ କଂଗ୍ରେସର ମହାସଚିବ ପଦରେ ନିଯୁକ୍ତି ଦିଆଯାଇଛି। ୨୦୧୯ ନିର୍ବାଚନରେ ପ୍ରିୟଙ୍କା କଂଗ୍ରେସର ‘ପୋଷ୍ଟର ଗାର୍ଲ’ ଭାବେ ଅବତୀର୍ଣ୍ଣ ହେବେ ବୋଲି ଚର୍ଚ୍ଚା ହେଉଛି।

Comment